Bikash Khabar
ଆଜିଠୁ ପାର୍କ ଉତ୍ସବ

 ରବିବାର ସଂଧ୍ୟାରେ ରାଜଧାନୀବାସୀଙ୍କୁ ପାର୍କ ମନସ୍କ କରିବାକୁ ବିଡିଏ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପରିପ୍ରେକ୍ଷୀରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ପାର୍କ ଉତ୍ସବ। ୭ଟି ରବିବାର ୭ଟି ପାର୍କରେ ଏହି ପାର୍କ ଉତ୍ସବ କରିବାକୁ ଯୋଜନା ହୋଇଛି। ଏହା ମାର୍ଚ୍ଚ ୧୫ପର୍ଯ୍ୟନ୍ତ ଚାଲିବ। ପ୍ରଥମେ ଇନ୍ଦିରା ଗାନ୍ଧୀ ପାର୍କ ମଧୁସୂଦନ ଦାସ ପାର୍କରୁ ଏହା ଆରମ୍ଭ ହେବ। ପରେ ଫେବ୍ରୁଆରି ୯ରେ ବିଜୁ ପଟ୍ଟନାୟକ ପାର୍କ ବୁଦ୍ଧ ଜୟନ୍ତୀ ପାର୍କ, ଫେବ୍ରୁଆରି ୧୬ରେ ମହାତ୍ମା ଗାନ୍ଧୀ ପାର୍କ ଖାରବେଳ ପାର୍କ, ଫେବ୍ରୁଆରି ୨୩ରେ ନିକୋ ପାର୍କ ମଧୁସୂଦନ ଦାସ ପାର୍କ, ମାର୍ଚ୍ଚ ୧ରେ ଇନ୍ଦିରା ଗାନ୍ଧୀ ପାର୍କ ବୁଦ୍ଧ ଜୟନ୍ତୀ ପାର୍କ, ମାର୍ଚ୍ଚ ୮ରେ ବିଜୁ ପଟ୍ଟନାୟକ ପାର୍କ ଖାରବେଳ ପାର୍କ ଏବଂ ମାର୍ଚ୍ଚ ୧୫ରେ ନିକୋ ପାର୍କ ମଧୁସୂଦନ ଦାସ ପାର୍କରେ ପାର୍କ ଉତ୍ସବ ଆୟୋଜନ ହେବ। ସଂଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ପାର୍କ କାନ୍ଥରେ ଚିତ୍ର ଆଙ୍କିବା, ଗପ ଶୁଣାଇବା, ଯୋଗ, ମାଟି ପାତ୍ର ନିର୍ମାଣ କରିବା, ମନୋରଞ୍ଜନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ। ଏହାସହ ଟ୍ରାଫିକ ନିୟମ ନେଇ ସଚେତନତା, ରାଜଧାନୀକୁ ସ୍ବଚ୍ଛସହର କରିବା ଏବଂ ସାଇକେଲ୍ ଚଳାଇବା ନେଇ ସଚେତନତା ସୃଷ୍ଟି କରାଯିବ।

02/02/2020

Leave a Reply

Your email address will not be published. Required fields are marked *

Comments