Bikash Khabar
ଦାନାପାଇଁ ଲୋକେ ଯାଉଛନ୍ତି ଦାଦନ,ଏପଟେ ପିଡ଼ିଏସ ରେ ଚାଲିଛି ବେଧଡକ ଲୁଟ

 

କେବିକେ ଜିଲାଗୁଡ଼ିକରେ ଲୋକେ ଦାନା  ମୁଠାଏ ଯୋଗାଡ଼ ପାଇଁ ଭିଟାମାଟି ଛାଡୁଥିବା ବେଳେ ସେପଟେ ସେମାନଙ୍କ ପାଇଁ ଉଦିଷ୍ଟ ଖାଦ୍ୟସୁରକ୍ଷା ଯୋଜନା ଚାଉଳ କୁ ହଡପ କରୁଛି ଏକ ସଂଗଠିତ ଗୋଷ୍ଠୀ ଦାଦନପ୍ରବଣ ବଲାଙ୍ଗୀର,କଳାହାଣ୍ଡି,କୋରାପୁଟ,ନୂଆପଡା ସୋନପୁର ଶ୍ରମିକ ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ପ୍ରତିବର୍ଷ ଯାଇଥାନ୍ତି ଚଳିତ ବର୍ଷ  ମଧ୍ୟ ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ବର୍ଷକୁ ୬ରୁ ମାସ ସେମାନେଏପରି ଦାଦନ ଖଟିବା ପାଇଁ  ବାହାରେ ରହିଥାନ୍ତି ଏହି ସମୟରେ ସେମାନଙ୍କ  ପାଇଁ ଆସୁଥିବା ପିଡିଏସ ଚାଉଳ ବର୍ଷ ବର୍ଷ ହେଲା ହରିଲୁଟ୍ଚାଲିଛିକେବଳ ବଲାଙ୍ଗୀର  ଜିଲାରେ ଗତ  ମାସ ମଧ୍ୟରେ ୧୫ କୋଟି ଟଙ୍କାମୂଲ୍ୟ   ଚାଉଳ ଘୋଟାଲା ହୋଇଥିବା ଏକ  ଆକଳନରୁ ଜଣାଯାଇଛି

୨୦୧୧ ଜନଗଣନା ଅନୁସାରେ ବଲାଙ୍ଗୀର ଜିଲାର ଜନସଂଖ୍ୟା  ୧୬ଲକ୍ଷ ୪୮ ହଜାର ସେଥିରୁ  ମୋଟ ୧୪ଲକ୍ଷ ୭୭ହଜାର ୨୬୭ ଜଣଙ୍କୁ  ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏଥିରେ  ଦାଦନ ଖଟିବାକୁ ଯାଇଥିବା ଲୋକଙ୍କ ନାମରେ ମଧ୍ୟ କାର୍ଡ ରହିଛିକଙ୍କଡାକୁ ଗୋଳି ପାଣି ସୁହାଇବା ଭଳି  ଅସାଧୁ କର୍ମଚାରୀ ନ୍ୟସ୍ତସ୍ୱାର୍ଥ ଗୋଷ୍ଟୀର ରାଜନୈତିକ କର୍ମଚାରୀଙ୍କୁ ଏହା ଲାଭଦାୟୀ ହୋଇଛି ବଲାଙ୍ଗୀର ଜିଲ୍ଲାର ବେଲପଡ଼ା, ପାଟଣାଗଡ଼, ତୁରେକେଲା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା, ସଇନ୍ତଲା, ମୁରିବାହାଲ, ଟିଟିଲାଗଡ଼, ଲୋଇସିଂହା, ଦେଓଗାଁ ଆଦି ବ୍ଲକ ଅଂଚଳରୁ ଦେଢ ଲକ୍ଷ ଶ୍ରମିକ ବାହାର ରାଜ୍ୟକୁ ଇଟା ଗଢିବାକୁ ପ୍ରତିବର୍ଷ ଯାଉଛନ୍ତି ବୋଲି ନିକଟରେ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ସର୍ଭେ ରିପୋର୍ଟରୁ ଜଣାଯାଇଛି ଦାଦନ ଶ୍ରମିକମାନେ ସେପ୍ଟେମ୍ବର, ଅକ୍ଟୋବର ମାସରେ ବାହାର ରାଜ୍ୟକୁ ଯାଆନ୍ତି ଏବଂ ମାର୍ଚ୍ଚ, ଏପ୍ରିଲ ବେଳକୁ ଗାଁକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଗତ ସେପ୍ଟେମ୍ବରରୁ ଫେବ୍ରୁଆରି ଯାଏଁ ଗତ  ମାସରେ ୪୫ ଲକ୍ଷ କେଜି ଚାଉଳ, ଯାହାକି ଦାଦନ ଶ୍ରମିକଙ୍କ ପାଇଁ ବରାଦ  ହୋଇଥିଲା ତାହା କୁଆଡ଼େ ଗଲାବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଦାଦନ ଶ୍ରମିକଙ୍କ ସଠିକ ପଞ୍ଜିକରଣ କାହିଁକି ହୋଇପାରୁନି ଏହି ଘଟଣା ତାର ଏକ ପରୋକ୍ଷ ସୂଚକ

01/03/2019

Leave a Reply

Your email address will not be published. Required fields are marked *

Comments