Bikash Khabar
ଫୋନି ପ୍ରଳୟ ,୧୪ ଜିଲ୍ଲାରେ ଅକଳନୀଯ କ୍ଷୟକ୍ଷତି

 

ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନି ଶୁକ୍ରବାର  ସମଗ୍ର ଉପକୂଳ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ଘଟାଇଛି ପୁରୀ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାରେ ଧ୍ୱଂସର ତାଣ୍ଡବ ରଚାଇଛି ଫନି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦  ଜଣ ଲୋକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ଆହୁରି ଅନେକ ସ୍ଥାନରେ ଲୋକମାନେ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ଭୁବନେଶ୍ୱର ରେ କେବଳ ମୃତ୍ୟୁସଂଖ୍ୟା ବୋଲି କୁହାଯାଉଛି ସକାଳ ୮ଟା ସମୟରେ ବାତ୍ୟା   କୁଳଛୁଇଁବା  ପ୍ରକ୍ରିୟା ଆରମ୍ଭ ହୋଇଥିଲା ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି ଏପରିକି ଭୁବନେଶ୍ୱରରେ ମଧ୍ୟ ପ୍ରାୟ ୧୪୦ ରୁ ଅଧିକ  କିମି ବେଗରେ ପବନ ବୋହିବାରୁ ପ୍ରବଳ କ୍ଷୟକ୍ଷତି ହୋଇଛି ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି ବିଦ୍ୟୁ ସରବରାହ ବନ୍ଦ ରହିଛି ବାତ୍ୟା  ଧୀରେ ଧୀରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ   ଶନିବାର  ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ଫୋନି ପ୍ରବାହ ରୁ ରାଜ୍ୟରେ ହଜାର ହଜାର ଗଛ ଧରାଶାୟୀ ହୋଇପଡିଛି ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ସମ୍ପୂର୍ଣ୍ଣ ରୂପେ ବିଧ୍ୟସ୍ତ ହୋଇପଡିଥିବା ବେଳେ ପର୍ଯ୍ୟଟନ ଶିଳ୍ପ ଗୁଡିକ ଉପରେ ବି ଭୟଙ୍କର ପ୍ରଭାବ ପଡିଛି ୨୪ ଘଣ୍ଟା ପରେ ବି ରାଜଧାନୀର ବାତ୍ୟା ବିଧ୍ୱସ୍ତ ଅଂଚଳ ରେ ବିଦ୍ୟୁତ,ପାନୀୟଜଳ,ଇଣ୍ଟର୍ନେଟ ସେବା କୁ ନିଶ୍ଚିତତା କରାଯାଇପାରିନି ରାଜଧାନୀର ୮୫ ହଜାର ଲୋକ ରିଲିଫ ଶିବିର ରେ ଥିବାବେଳେ ରାସ୍ତା ଅବରୋଧ କାରଣରୁ ପରିବହନ ସେବା ସୁଗମ ହୋଇପାରିନି ପୁରୀ,କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ରେ ଶହ ଶହ ଗଛ ପଡ଼ିରହିଛି ୧୯୯୯  ମହାବାତ୍ୟା ପରେ ରାଜଧାନୀ ବାସି ଆଉ ଏକ ଦୁର୍ଦଶା କୁ ସମାନ କରିଛନ୍ତି ତେଣେ ଫୋନି ପ୍ରଭାବ ରେ ପୁରୀ,ଭୁବନେଶ୍ୱର,ଜଗତସିଂହପୁର,ବାଲେଶ୍ୱର,ଆଦି ଜିଲାରେ ହଜାର ସଂଖ୍ୟକ ଘର ଭାଙ୍ଗିପଡିଥିବା ବେଳେ ଗୃହପାଳିତ ପଶୁ ମାନେ ଅଧିକ ସଂଖ୍ୟାରେ ବେଘାର ହୋଇପଡିଛନ୍ତି

04/05/2019

Leave a Reply

Your email address will not be published. Required fields are marked *

Comments