Bikash Khabar
ମୋଦିସରକାରଙ୍କ ବଡ଼ ଘୋଷଣା ,୨୦୧୪ ସୁଦ୍ଧା ପ୍ରତ୍ୟେକ ଘରେ ପହଂଚିବ ପାଇପପାଣି

 ପିଇବା ପାଣିର ସଂକଟରେ ସାରା ଦେଶ ଛଟପଟ ହେଉଥିବା ବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସମସ୍ତଙ୍କୁ ସ୍ୱଚ୍ଛ ପାଇପ ଜଳ ଯୋଗାଣ ପାଇଁ ନୁଆଁ ଏକ ପରିଯୋଜନା ପ୍ରସ୍ତୁତ କରୁଥିବା ଜଣାଯାଇଛି ମୋଦି ସରକାର ନିଜର  ଦ୍ବିତୀୟ କାର୍ଯ୍ୟକାଳରେ ଗ୍ରାମାଞ୍ଚଳରେ  ପାଇପ ଜରିଆରେ ପାଣି ପହଞ୍ଚାଇବା ଭଳି ମହତ୍ବାକାଂକ୍ଷୀ ପରିଯୋଜନା  ଆଣିବାକୁ ଯାଉଛନ୍ତି ଏହି ଯୋଜନାଅନୁଯାୟୀ  ପାଇପ ଲାଇନ୍ଜରିଆରେ ଜଳ ଯୋଗାଣ ଜଳ ସଂରକ୍ଷଣକୁ ଗୁରୁତ୍ବ ପ୍ରଦାନ କରାଯିବ ଜଳ ସମ୍ବଳ ମନ୍ତ୍ରଳାୟକୁ ଜଳଶକ୍ତିରେ ପରିବର୍ତ୍ତନ କରିବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସଙ୍କେତ ଦେଇଛନ୍ତି ଦେଶରେ ସମସ୍ତ ପରିବାରକୁ ଜଳ ଯୋଗାଇବା ଏକ କଷ୍ଟକର ବ୍ୟାପାର ମାତ୍ର ଏଥିପାଇଁ ଯଥା ସମ୍ଭବ ପ୍ରୟାସ କରାଯାଇ୨୦୧୪  ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗେଇବାକୁ ଲକ୍ଷ୍ୟ ରଖାଯାଇଛି ତଥ୍ୟ ଅନୁସାରେ ୨୦୧୪-୨୦୧୫ ରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବୃଦ୍ଧି ହାର ୧୨ ପ୍ରତିଶତ ଥିଲା ସେହିଭଳି ୨୦୧୭-୧୮ ରେ ଏହା ୧୭ ପ୍ରତିଶତରେ ପହଞ୍ଚିଥିଲା ଦୃଢ ଇଛାଶକ୍ତି କଠିନ ପରିଶ୍ରମ ଦ୍ୱାରା ସବୁଠୁ କଠିନ ଜଣାପଡୁଥିବା ଏହି କାମ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ସ୍ଵଛ ଭାରତ ଅଭିଯାନ ସମୟରେ ଏହାକୁ ନେଇ ଅନେକ ସନ୍ଦେହ ପ୍ରକଟ କରୁଥିବା ବେଳେ ଏହା ଯେଭଳି ସଫଳତା ପାଇଲା ଠିକ ସେଭଳି ପାଇପ ଜଳ ଯୋଗାଣ ନିଶ୍ଚିତ ସଫଳ ହେବ ବୋଲି କୁହାଯାଇଛି    

17/06/2019

Leave a Reply

Your email address will not be published. Required fields are marked *

Comments