Bikash Khabar
ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ ବୃକ୍ଷରୋପଣ ଯୋଜନା

ପୁରୀ, ଭୁବନେଶ୍ବର, କଟକ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସବୁଜ ବଳୟ ନଷ୍ଟ କରି ଦେଇଛି ଟିକେ ଛାଇ, ପବନ ତଥା ଅନୁକୂଳ ପରିବେଶ ସୃଷ୍ଟି ପାଇଁ  ସବୁଜିମା ଗୁଡିକର  ପୁନରୁଦ୍ଧାର ଅପରିହାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୨୦୧୯-୨୦ରେ କୋଟି ୩୦ ଲକ୍ଷ ୫୦ ହଜାର ଗଛ ଚାରା ରୋପଣ କରାଯିବ। ଏଥିପାଇଁ ୧୮୮ କୋଟି ଟଙ୍କା ବ୍ୟୟଅଟକଳରେ ଏକ ପାଞ୍ଚବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି।

ଶୁକ୍ରବାର  ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଦିଗରେ ଉଭୟ ସ୍ବଳ୍ପ ଦୀର୍ଘ ମିଆଦୀ ଯୋଜନାର ସୂଚନା ଦେଇଛନ୍ତି ପାଞ୍ଚ ବର୍ଷିଆ କାର୍ଯ୍ୟ ଯୋଜନାର ରୂପରେଖ ଚୂଡ଼ାନ୍ତ ହୋଇଛି। ସମୁଦ୍ର ଉପକୂଳରେ ସବୁଜ ପ୍ରାଚୀର ସୃଷ୍ଟି କରାଯିବ।  ଉପୁଡ଼ା ଗଛଗୁଡ଼ିକମଧ୍ୟରୁ ବଂଚିବା ସମ୍ଭାବନା ଥିବା ଗଛଗୁଡ଼ିକ  ପୁନଃରୋପଣ କରାଯିବ। ରୋପଣ ନୂଆ ସବୁଜିମା ସୃଷ୍ଟି କାର୍ଯ୍ୟରେ ଜନସାଧାରଣ ସ୍ବେଚ୍ଛାସେବୀମାନଙ୍କୁ ସାମିଲ କରାଯିବ।  ଚଳିତ ବର୍ଷ ୧୩୦.୫୦ ଲକ୍ଷ ଚାରାରୋପଣ କରାଯିବ ନିଷ୍ପତ୍ତି ହୋଇଛି ସେଥିମଧ୍ୟରୁ ୮୦.୫୦ ଲକ୍ଷ ଚାରା ବିଭାଗ ମାଧ୍ୟମରେ ଏବଂ ୫୦ ଲକ୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ, ଘରୋଇ ଜମିବାଡ଼ିରେ ରୋପଣ ପାଇଁ ବଣ୍ଟନ କରାଯିବ। ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ, ଭୁବେନଶ୍ବର, ପୁରୀ, କଟକ ଆଦି ସହରାଞ୍ଚଳର ପାର୍କ, ରାସ୍ତାକଡ଼ରେ ପ୍ରାୟ ଲକ୍ଷ ଗଛ ଲଗାଯିବ।  ଅତି ପ୍ରବଳ ବାତ୍ୟା ଫୋନି ଭୁବନେଶ୍ୱର,ପୁରୀ,କଟକ,ଜଗତସିଂହପୁର ଅନ୍ୟାନ ଜିଲ୍ଲାର ବ୍ୟାପକ ଗଛକୁ ଧରାଶାୟୀ କରାଇଦେଇଛି

18/05/2019

Leave a Reply

Your email address will not be published. Required fields are marked *

Comments