Bikash Khabar
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଁ ମୂଖିଆଙ୍କୁ ଚିଠି, କହିଲେ ମୌସୁମୀ ଆସିବା ପୂର୍ବରୁ ଜଳାଶୟକୁ ସଜାଡ

ଦେଶର ପ୍ରଧାନମନ୍ତ୍ରୀ ଗାଁ ମୁଖିଆ ମାନଙ୍କୁ  ଚିଠି ଲେଖି ମନର କଥା ଜଣାଇଛନ୍ତି ଚିଠିରେ ବର୍ଷାଜଳ ସଂରକ୍ଷଣ କୁ ନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି ଯେ ପ୍ରତିବର୍ଷ ମୌସୁମୀ ଆସିଲେ ବର୍ଷାହୁଏ ବର୍ଷାଜଳ ପ୍ରବାହିତ ହୋଇ ବନ୍ୟା ସୃଷ୍ଟି ହୁଏ  ବର୍ଷାଜଳ କୁ ଛୋଟ ଛୋଟ ଜଳାଶୟରେ ସଂରକ୍ଷଣ କରି ରଖାଯାଇପାରିଲେ ଏହା ପରବର୍ତ୍ତୀ ସମୟରେ ମାନବ ସମାଜ ପାଇଁ ଅଶେଷ କଲ୍ୟାଣକାରୀ ହୁଅନ୍ତା ଏବେ ଆଉ କିଛିଦିନ ପରେ ମୌସୁମୀ ଆସିବ ତାହା ପୂର୍ବରୁ ପୋଖରୀ,ଗାଡ଼ିଆ ଆଦି ଜଳାଶୟ ଗୁଡିକୁ ବର୍ଷାଜଳ କିଭଳି ପ୍ରବେଶ କରିପାରିବ ସେ ଦିଗରେ ଧ୍ୟାନ ଦିଆଯିବ ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି ସୂଚିତ କରାଇଛନ୍ତି ବିଭିନ୍ନ ଜିଲାର ମାଜିଷ୍ଟ୍ରେଟ୍ଏବଂ ଜିଲାପାଳଙ୍କ ମାଧ୍ୟମରେ ଏହି ଚିଠିସବୁ ଗାଁ ମୁଖିଆମାନଙ୍କ ପାଖକୁ ପଠାଯାଇଛି। ମୋଦିଙ୍କ ଏହି ଚିଠିକୁ ନେଇ ଗ୍ରାମାଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ମୋଦିଙ୍କ ନିିର୍ବାଚନମଣ୍ଡଳୀ ବାରାଣସୀରେ ୬୩୭ ଜଣ ଗାଁ ମୁଖିଆଙ୍କ ନିକଟରେ ଚିଠି ପହଞ୍ଚିଛି ଏଥିରେ ସେ ବର୍ଷାଜଳ ସଂରକ୍ଷଣ କରିବାକୁ ବ୍ୟକ୍ତିଗତସ୍ତରରେ ଉଦ୍ୟମ ହେବା ପାଇଁ ଲେଖିଛନ୍ତି। କହିଛନ୍ତି ମୋର ସମସ୍ତଙ୍କ ଉପରେ ବିଶ୍ୱାସ ଅଛି ଯେ, ପ୍ରତି ବୁନ୍ଦା ପାଣି ସଂରକ୍ଷଣ କରିବାରେ ସମସ୍ତେ ସହଯୋଗ କରିବେ।

16/06/2019

Leave a Reply

Your email address will not be published. Required fields are marked *

Comments