Bikash Khabar
ମହିଳା ପୋଲିସ ଅଧିକାରୀଙ୍କ କରୋନା ଗୀତ ଭାଇରାଲ

ସାରା ବିଶ୍ୱ ଆଜି କରୋନା ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। ଏ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କଠାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏ ସଂକ୍ରାନ୍ତରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ଅର୍ଚ୍ଚନା ମଲ୍ଲିକଙ୍କ ଦ୍ୱାରା ପ୍ରସ୍ତୁତ ଗୀତ କରୋନାକୁ ଆମେ ଡରିବା ନାହିଁ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ”ଶୁଣ ଶୁଣ ହେ ଭାଇ ଭଉଣୀ…ଘରେ ରହିବା, ସାବୁନରେ ହାତ ଧୋଇବା, ମାସ୍କ ପରିଧାନ କରିବା, ଯୋଦ୍ଧା ହୋଇ ଲଢିବା, କରୋନାକୁ ଡରି ଯିବାନି।“ ଏହି ଗୀତ ହ୍ବାଟ୍‌ସ ଆପ, ଫେସବୁକ, ଟୁଇଟର ଆଦି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଁ।ଠାରୁ ସହର ପର୍ଯ୍ୟନ୍ତ ଅର୍ଚ୍ଚନାଙ୍କ ଏହି ଗୀତର ଏବେ ଚର୍ଚ୍ଚା ଚାଲିଛି। ବିଭିନ୍ନ ମହଲରେ ଅର୍ଚ୍ଚନାଙ୍କ ଏହି ଗୀତକୁ ବେଶ ପ୍ରଶଂସା କରାଯାଇଛି  ଅର୍ଚ୍ଚନା କୁହନ୍ତି, କରୋନା ରୂପକ ମହାମାରୀ କବଳରେ ସାରା ବିଶ୍ୱ ଆଜି କବଳିତ। ଏହି ସମୟରେ ଜନସଚେତନତା ହେଉଛି ଏକମାତ୍ର ମାଧ୍ୟମ। ଏହାର ମୁକାବିଲା ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ। ଏହାର ମୁକାବିଲା ଲାଗି ସରକାର କେତେକ କଟକଣା ଜାରି କରିଛନ୍ତି। ଏହାକୁ ସମସ୍ତେ ପାଳନ କରିବା ଉଚିତ। ଏହାଦ୍ୱାରା ଏହି ମହାମାରୀ କରୋନାଠାରୁ ନିସ୍ତାର ମିଳିପାରିବ। ନିକଟରେ ଖୋର୍ଦ୍ଧା ପୋଲିସ ଅର୍ଚ୍ଚନାଙ୍କ ଏହି ଗୀତକୁ ମାଧ୍ୟମ କରି ଜନସଚେତନତା ଲାଗି ଏକ ରଥ ବାହାର କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।

28/04/2020

Leave a Reply

Your email address will not be published. Required fields are marked *

Comments