Bikash Khabar
ଗାନ୍ଧୀ ଜୟନ୍ତିରୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପଲିଥିନ କଟକଣା

 ଆସନ୍ତା ଅକ୍ଟୋବର ଗାନ୍ଧୀ ଜୟନ୍ତୀରୁ ସମସ୍ତ ପୌରାଞ୍ଚଳରେ ପଲିଥିନ ଉପରେ ଲାଗିବ କଟକଣା। ସହରକୁ ପଲିଥିନ ମୁକ୍ତ କରାଯିବ। ଏନେଇ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି। ରାଜ୍ୟକୁ ବର୍ଷ ମଧ୍ୟରେ ପ୍ଲାଷ୍ଟିକମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଚଳିତ ବର୍ଷ ରାଜ୍ୟର ୪୭ ମ୍ୟୁନିସିପାଲିଟି ଏବଂ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।

କଟକଣା ଜାରି ହେବା ପରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହା ଦ୍ୱାରା ଜାଣିକରି ହେଉ କିମ୍ବା ଅନ୍ୟ ମାଧ୍ୟମରେ ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ କରିପାରିବେ ନାହିଁ। ୫୦ ମାଇକ୍ରନରୁ କମ୍ମୋଟେଇ ପଲିଥିନ, ୨୦୦ ମିଲିଲିଟରରୁ କମ୍ପାଣିବୋତଲ, ଥର୍ମୋକୁଲ, ପ୍ଲାଷ୍ଟିକ ଚାମଚ, କପ୍, ପ୍ଲେଟ, ଗ୍ଲାସ୍, ଥାଳିଆ, ପାଣି ପାଉଚ ପଲିଥିନ୍ଆଦି ସାମଗ୍ରୀ ଉପରେ କଟକଣା ଜାରି କରାଯିବ। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପଲିଥିନ ବ୍ୟବହାର କରି ପାରିବେ ନାହିଁ। ସେଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ପୂଜାସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ, କାଫେ, ବିବାହ ପାର୍ଟି, ଅଫିସ, ଆଉଟଡୋର କ୍ୟାଟରିଂ ଆଦି ସ୍ଥାନରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି ହେବ ୨୦୧୮ ଅକ୍ଟୋବର ୨ରୁ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ମହାନଗର ନିଗମ ଏବଂ ପୁରୀ ପୌରାଞ୍ଚଳରେ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ୫୦ ମାଇକ୍ରନରୁ କମ ମୋଟା ଥିବା ପଲିଥିନ, ପ୍ଲାଷ୍ଟିକ ବୋତଲ, ଥର୍ମୋକୁଲ କପ୍ ପ୍ଲେଟକୁ ବାରଣ କରାଯାଇଛି। ସରକାରୀ ବେସରକାରୀ ସ୍କୁଲ କଲେଜଗୁଡ଼ିକରେ ପଲିଥିନ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

22/08/2019

Leave a Reply

Your email address will not be published. Required fields are marked *

Comments