Bikash Khabar
ହରିୟାଣା ରେ ହେବ ପବନରେ ଆଳୁ ଚାଷ

 ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ। ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଆଳୁ  ଚାଷରେ ଉତ୍ପାଦନ ୧୦ରୁ ୧୨ ଗୁଣା ଅଧିକ ହେବ ବୋଲି କରନାଲସ୍ଥିତ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି ୨୦୨୦ ସୁଦ୍ଧା ଚାଷୀଙ୍କୁ ଏନେଇ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ। ଏହି ଆଳୁର ଆକାର ସାଧାରଣ ଆଳୁଠାରୁ ଛୋଟ ହେବ। ଗୋଟିଏ ଗଛରୁ ୪୦ରୁ ୬୦ ପର୍ଯ୍ୟନ୍ତ ଛୋଟ ଆଳୁ ଉତ୍ପାଦନ କରାଯାଇପାରିବ ବୋଲି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଜନସଂଖ୍ୟା ବଢିବା ସହିତ ଦେଶରେ ଖାଦ୍ୟ ଆବଶ୍ୟକତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ମାନେ ନୂଆନୂଆ ପ୍ରଜାତିର ଆଳୁ ଚାଷରେ ନିୟୋଜିତ ଅଛନ୍ତି କରନାଲ ଏଭଳି ପ୍ରୟାସ ଏହାର ଏକ ଉଜ୍ବଳ ଦୃଷ୍ଟାନ୍ତ

25/12/2019

Leave a Reply

Your email address will not be published. Required fields are marked *

Comments