Bikash Khabar
ସ୍କୁଲ ରେ ହେବ ବିଦ୍ୟାର୍ଥୀଙ୍କ ପାଇଁ ପ୍ରବେଶ ଉତ୍ସବ

 

ପ୍ରତିବର୍ଷ ପରି ଏଥର ମଧ୍ୟ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରବେଶ ଉତ୍ସବଅନୁଷ୍ଠିତ ହେବ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଏହି ଉତ୍ସବ ଏପ୍ରିଲ ୨ରେ ଆୟୋଜିତ ହେବ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ଯେଉଁ ପିଲାମାନେ ନୂଆ ନାମ ଲେଖାଇବାକୁ ଥିବେ, ଅଧାରୁ ପାଠପଢ଼ା ଛାଡ଼ିଥିବେ କିମ୍ବା ଆଦୌ ନାମ ଲେଖାଇ ନଥିବେ ସେମାନଙ୍କୁ ବିଦ୍ୟାଳୟକୁ ଆଣିବାକୁ ଏପରି ଏକ ଅଭିନବ ଉପାୟରେ  ପ୍ରୟାସ କରାଯିବ

 ଏହି ଉତ୍ସବରେ   ପିତାମାତା, ଅଭିଭାବକ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ବ ଆବଶ୍ୟକତା ସମ୍ପର୍କରେ  ସଚେତନତା ସୃଷ୍ଟି କରାଯିବପିଲାମାନେ କିପରି ସ୍କୁଲ କୁ ନିୟମିତ ଆସି ପାରିବେ ସେ ଦିଗରେ ବୁଝାଇଦିଆଯିବ

ଏପ୍ରିଲ ୨ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ ସଂଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷାବିତ୍ ପିଲାମାନଙ୍କୁ ସାମିଲ କରାଯାଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ ନିର୍ବାଚନ ଅଚରଣବିଧି ଲାଗୁ ହୋଇଥିବାରୁ ଏଥର ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ସରକାରୀ ସଂଗଠନ, ରାଜନେତାଙ୍କୁ ସାମିଲ କରାଯିବ ନାହିଁ ଏହି ଶୋଭାଯାତ୍ରାରେ ଶିକ୍ଷା ଅଧିକାର ନିୟମ-୨୦୧୦ ଅନୁଯାୟୀ ଶିକ୍ଷା ବିଷୟରେ ଥିବା ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକୁ ସ୍ଳୋଗାନ୍, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ ଶୋଭାଯାତ୍ରା ପରେ ପିଲାମାନଙ୍କ ନାମଲେଖା ଅନୁଷ୍ଠିତ ହେବ ଏପ୍ରିଲ ପର୍ୟ୍ୟନ୍ତ ଏହି ପ୍ରବେଶ ଉତ୍ସବ ରେ ସଚେତନତା  ଜାରି ରହିବ ଏପ୍ରିଲ ୬ରେ ପୂର୍ଣ୍ଣ ଉପସ୍ଥାନ ଉତ୍ସବ ଆୟୋଜିତ ହେବା ସହ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଫିସ ରେ ଉପଲବ୍ଧ ଅର୍ଥ ଏହି ଉତ୍ସବ ଲାଗି ବ୍ୟୟ କରାଯିବ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଉକ୍ତ ଉତ୍ସବ ପାଳନ କରିବାକୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ଏହି ଉତ୍ସବ ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରାଇବାରେ ବେଶ ସହାୟକ ହେବ 

19/03/2019

Leave a Reply

Your email address will not be published. Required fields are marked *

Comments