Bikash Khabar
ଫନି ପୀଡିତ ଭିନ୍ନକ୍ଷମଙ୍କ ପାଇଁ ପ୍ରଫୁଲ୍ଲ ଯୋଜନା,ଉପକୃତ ହେବେ ୨୨ ହଜାର

ପୁରୀ ଜିଲ୍ଲାର ଫନି ପ୍ରପୀଡ଼ିତ ଭିନ୍ନକ୍ଷମ ହେବେ ଥଇଥାନ। ଘର ସାଙ୍ଗକୁ ମିଳିବ ଭତ୍ତା ମାଗଣା ଶିକ୍ଷା। କେବଳ ସେତିକି ନୁହେଁ, ଜୀବନଜୀବିକା ପାଇଁ ବି ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରଫୁଲ’(ପର୍ସନ୍ ୱିଥ୍ ଡିଜାବିଲିଟିଜ୍ ରିହାବିଲିଟେସନ୍ ଆଫ୍ଟର ଫନି ଆଣ୍ଡ୍ ଅନଫୋଲ୍ଡିଂ ଲିଭ୍ସ) ଯୋଜନା। ପ୍ରଳୟଙ୍କରୀ ବାତ୍ୟା ଫନିରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରୁ ହିଁ ପ୍ରଥମ କରି ଆରମ୍ଭ ହେଉଛି ଏହି ଯୋଜନା। ଯୋଗ୍ୟ ହିତାଧିକାରୀ ଚୟନ ପରେ ପ୍ରଫୁଲଯୋଜନାରେ ଏମାନଙ୍କୁ ସାହାଯ୍ୟ ଯୋଗାଇ ଦିଆଯିବ। ଏହି ଯୋଜନାରେ ପୁରୀ ଜିଲ୍ଲାର ୧୧ଟି ବ୍ଲକ, ୪ଟି ଏନ୍ଏସି ମ୍ୟୁନିସପାଲଟି ଅଞ୍ଚଳର ୨୨ ହଜାର ୪୦୬ଜଣ ହିତାଧିକାରୀଙ୍କୁ ଉପକୃତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଶନିବାର  ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ‘ପ୍ରଫୁଲଯୋଜନାରେ ଚାରି ପ୍ରମୁଖ ଦିଗକୁ ଗୁରୁତ୍ବ ଦିଆଯାଇଛି। ପ୍ରଥମରେ ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଯେଉଁ ଫନି ପ୍ରପୀଡ଼ିତ ଭିନ୍ନକ୍ଷମ ରହିଛନ୍ତି, ପ୍ରଥମେ ସେମାନଙ୍କର ଯୋଗ୍ୟ ତାଲିକା ପ୍ରସ୍ତୁତ ହେବ। ସେହି ଅନୁଯାୟୀ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଅନ୍ୟାନ୍ୟ ସୁବିଧା ଦିଆଯିବ। ସ୍ବତନ୍ତ୍ର ଶିବିର ଆୟୋଜନ କରି ଭିନ୍ନକ୍ଷମ ଆସବାବପତ୍ର ସାଙ୍ଗକୁ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯିବ। ଦ୍ବିତୀୟରେ ଘର ସହ ଶୌଚାଳୟ ଅନ୍ୟାନ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ। ତୃତୀୟରେ ଜୀବନଜୀବିକା କଥା ଚିନ୍ତା କରାଯାଇଛି। ଫନିରେ କ୍ଷତିଗ୍ରସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପ୍ରଥମେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ ପରେ ଏକ ତାଲିମ୍କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହା ପରେ କେଉଁମାନେ କେତେ ଆର୍ଥିକ ସହାୟତା ପାଇଁ ଯୋଗ୍ୟ ସେହି ଅନୁସାରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ। ବାବଦରେ ୨୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଚତୁର୍ଥରେ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଯୋଗ୍ୟ ବ୍ୟକ୍ତିଙ୍କୁ ଧନ୍ଦାମୂଳକ ତାଲିମ୍ସହ ଦକ୍ଷତା ବୃଦ୍ଧି (ସ୍କିଲ୍ ଡେଭଲପ୍ମେଣ୍ଟ) ସୁବିଧା ଯୋଗାଇ ଦିଆଯିବ।

01/09/2019

Leave a Reply

Your email address will not be published. Required fields are marked *

Comments