Bikash Khabar
୪୯ଟି ବନଜାତ ସାମଗ୍ରୀର ସହାୟକ ମୂଲ୍ୟ ବୃଦ୍ଧି

ଲକ ଡାଉନ ସମୟରେ ଆଦିବାସୀମାନଙ୍କ ଜୀବନ ଜୀବିକା ସୁରକ୍ଷିତ ରଖିବା ଦୃଷ୍ଟିରୁ ସରକାର ୪୯ଟି ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ତିନି ବର୍ଷରେ ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ସେଲ୍‌ ପକ୍ଷରୁ ସଂଶୋଧନ କରାଯାଇଥାଏ। ତେବେ କୋଭିଡ଼–୧୯ ମହାମାରୀ ଯୋଗୁ ଏବେ ଦେଶରେ ଉତ୍ପନ୍ନ ଅଭାବନୀୟ ଓ ଆକସ୍ମିକ ପରିସ୍ଥିତି ଦୃଷ୍ଟିରୁ ତୁରନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ଦ୍ୱାରା ଆଦିବାସୀ ଲଘୁ ବନଜାତ ସାମଗ୍ରୀ ସଂଗ୍ରହକାରୀମାନେ ଉପକୃତ ହୋଇପାରୁଥିବାରେ ତୁରନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।ସୂଚନା ଅନୁଯାୟୀ, ବିଭିନ୍ନ ଲଘୁ ବନଜାତ ସାମଗ୍ରୀ ମୂଲ୍ୟରେ ୧୬ ପ୍ରତିଶତରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଭଳି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଆଦିବାସୀ ବର୍ଗର ଲୋକମାନଙ୍କ ପାଇଁ ସହାୟକ ହେବ ଓ ୨୦ଟି ରାଜ୍ୟର ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ ବୋଲି ଜଣାପଡିଛି।

02/05/2020

Leave a Reply

Your email address will not be published. Required fields are marked *

Comments