Bikash Khabar
ସହରାଞ୍ଚଳରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ,ପ୍ରତି ଘରକୁ ଦିଆଯିବ ଦୁଇଟି ଲେଖାଏଁ ଡଷ୍ଟବିନ

ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳରେ କଠିନ ତରଳ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରାଯିବ। ଏଥିପାଇଁ ପ୍ରତି ଘରକୁ ଦିଆଯିବ ୨ଟି ଭିନ୍ନ ଭିନ୍ନ ରଙ୍ଗର ଡଷ୍ଟବିନ୍ ଗୋଟିଏ ରଙ୍ଗର ଡଷ୍ଟବିନ୍ରେ ତରଳ ବର୍ଜ୍ୟ ଅନ୍ୟଟିରେ କଠିନ ବର୍ଜ୍ୟବସ୍ତୁ ରଖାଯିବ। ସେହି ବର୍ଜ୍ୟବସ୍ତୁକୁ ପୌର ପ୍ରଶାସନ ପକ୍ଷରୁ ଘର ଘର ବୁଲି ସଂଗ୍ରହ କରି ଖାଲୁଆ ସ୍ଥାନରେ ଜମାକରାଯିବ ପ୍ରତ୍ୟେକ ପୌର ପ୍ରଶାସନ ନିଜ ପାଣ୍ଠିରୁ କିମ୍ବା  ଅର୍ଥ କମିସନ ଅନୁଦାନ ପାଣ୍ଠିରୁ ଏହି ଡଷ୍ଟବିନ୍ପ୍ରତି ଘରକୁ ଯୋଗାଇବେ। କେବଳ ସେତିକି ନୁହେଁ, ପ୍ରତ୍ୟେକ ସହରାଞ୍ଚଳରେ ବର୍ଜ୍ୟ ଜମା କରିବା ପାଇଁ  ଖାଲୁଆ ସ୍ଥାନ  ଚିହ୍ନଟ ହେବ।

ଆଜି ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନସିଂ  ମାଧ୍ୟମରେ ବିଭିନ୍ନ ସହରର କଠିନ ବର୍ଜ୍ୟ ପରିଚାଳନା ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳମାନଙ୍କୁ ଏଭଳି ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକରେ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ବିଭିନ୍ନ ସହରାଞ୍ଚଳର ତଥ୍ୟ ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କିତ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ପ୍ରତି ଘରୁ ବର୍ଜ୍ୟ ସଂଗ୍ରହ ଏବଂ ବର୍ଜ୍ୟ ସୃଷ୍ଟି ହେଉଥିବା ସ୍ତରରେ ତାହାର ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରତି ସହରାଞ୍ଚଳରେ କମ୍ପୋଷ୍ଟ୍ପ୍ଲାଣ୍ଟ୍, ବର୍ଜ୍ୟବସ୍ତୁର ପୁନଃ ଉପଯୋଗିତା ସୁବିଧା ପ୍ଲାଣ୍ଟ୍, ଖାଲୁଆ ଜାଗା ନିର୍ମାଣ ବର୍ଜ୍ୟ ପକାଇବା ପାଇଁ ଖାଲୁଆ ସ୍ଥାନ ଚିହ୍ନଟ କରାଯିବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଆଗାମୀ ୨୦ ତାରିଖ ସୁଦ୍ଧା ସେମାନେ ଜାଗା ଚିହ୍ନଟ କରି ବିଭାଗକୁ ଜଣାଇବେ

12/06/2019

Leave a Reply

Your email address will not be published. Required fields are marked *

Comments