Bikash Khabar
ଭାରତୀୟ ରାସ୍ତାରେ ଗଡିବ ବୈଦ୍ୟୁତିକ ଗାଡି ,ନରୱେ,ବ୍ରିଟେନ ଓ ଚୀନ ପରି ପ୍ରଦୂଷଣମୂକ୍ତ ରାସ୍ତାରେ ଭାରତ

ବଢି ଚାଲିଛି ଜନସଂଖ୍ୟା। ତାଳଦେଇ ବଢୁଛି ଯାନବାହାନ ସଂଖ୍ୟା ଏଥିରୁ ନିର୍ଗତ ଧୂଆଁରେ ଜନଗଣ ବ୍ୟତିବ୍ୟସ୍ତ ରୁଗଣ ହେଉଥିବା ବେଳେ ପ୍ରଦୂଷଣ ମୁକ୍ତସଡ଼କ ପାଇଁ ଭାରତ ଆଗକୁ ଆସିଛି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବିଦ୍ୟୁତ ଗାଡି ଉତ୍ପାଦନ ପାଇଁ ବଡ଼ ପ୍ରୋତ୍ସାହନ ଘୋଷଣା କରିଛନ୍ତି ବଜେଟ ରେ ରହିଛି ୧୦ହଜାର କୋଟି ଟଙ୍କାର ବ୍ୟବସ୍ଥା। ବିଦ୍ୟୁତ ଯାନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଜିଏସଟି ପ୍ରତିଶତ ହ୍ରାସ କରାଯାଇଛି। ବୈଦ୍ୟୁତିକ ଗାଡି କିଣୁଥିବା ବ୍ୟକ୍ତିଙ୍କ ଲାଗି ଆୟକର ଛାଡ଼ ସୁବିଧା ହୋଇଛି ପ୍ରଦୂଷଣ ମୁକ୍ତ ପାଇଁ ନରୱେ ,ବ୍ରିଟେନ,ଏବଂ ଚୀନ ବିଦ୍ୟୁତ ଯାନ ଉତ୍ପାଦନକୁ ତ୍ୱରାନ୍ୱିତ କରିଥିବା ବେଳେ ଭାରତ ଏବେ ପ୍ରଦୂଷଙ୍କୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଗାଡି ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଫଳରେ ୨୦୧୫ ବେଳକୁ ରାସ୍ତାରେ ବହୁଳ ଭାବେ ଏଭଳି ଗାଡି ଗଡୁଥିବ।୨୦୧୩ ପରେ ପେଟ୍ରୋଲ ଡିଜେଲ ଚଳିତ ତିନିଚକିଆ ଗାଡି ଆଉ ଭାରତୀୟ ରାସ୍ତାରେ ଦେଖିବାକୁ ମିଳିନପାରେ ପ୍ରଦୂଷଣକୁ ରୋକିବା ଦିଗରେ ନୀତି ଆୟୋଗ ପକ୍ଷରୁ ଏଭଳି ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର ଏବେ ଆକ୍ସନ ମୁଡ଼ କୁ ଆସିଛନ୍ତି

22/07/2019

Leave a Reply

Your email address will not be published. Required fields are marked *

Comments