Bikash Khabar
ଡାକ୍ତରଖାନାରେ ବିନା ଡାକ୍ତର ରେ ମିଳିବ ଚିକିତ୍ସା,ମେସିନ ଦେବ ମେଡ଼ିସିନ

ଡାକ୍ତର ଅଭାବ କୁ ସାମ୍ନା କରୁଥିବା ୟୁପି ରେ ଏବେ ହସ୍ପିଟାଲ ପାଇଁ ପ୍ରୟାସ ଆରମ୍ଭ ହୋଇଛି।ଏଥିପାଇଁ ପରୀକ୍ଷାମୂଳକ ଭାବେ ୧୦ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚୟନ କରାଯାଇଛି ଯେଉଁଠି ରୋଗୀଙ୍କୁ ବିନା ଡାକ୍ତର ରେ ଚିକିତ୍ସା ସେବା ମିଳିବ ଏଠାରେ ଆବଶ୍ୟକୀୟ ମେସିନ ମାନ ଲଗାଯାଉଛି ରୋଗୀ ପହଂଚିବା ପରେ ନର୍ସ ସେମାନଙ୍କୁ ପଂଜିକୃତ କରାଇ ୱେବ କ୍ୟାମେରା ସାମ୍ନାରେ ବସାଇବେ ମେସିନ ତାଙ୍କର ରକ୍ତଚାପ ମାପିବ,ରକ୍ତ ପରୀକ୍ଷା କରାଇବ। ଟେଲି କନଫରେନସିଂ ଜରିଆରେ ଡାକ୍ତର ରୋଗୀ ସହ କଥା ହେବେ ଔଷଧ ଚିଠା ଲେଖିବେ କମ୍ପ୍ୟୁଟର ରୁ ଡାଉନଲୋଡ଼ କରି ରୋଗୀ ସେମାନଙ୍କ ସମ୍ପର୍କୀୟ  ଔଷଧ ଚିଠା ସଂଗ୍ରହ କରିବେ ଏଭଳି ଭାବେ ଦୂର ରେ ଥିବା ଡାକ୍ତର ରୋଗୀଙ୍କ ସହ କଥା ହୋଇ ତାଙ୍କ ରିପୋର୍ଟ ଦେଖି ଔଷଧ ପରାମର୍ଶ ଦେଇପାରିବେ ପ୍ରଥମ ପର୍ଯ୍ୟାୟରେ ଗୋରଖପୁର,ରାମପୁର,ବାରାଣସୀ,ବଳରାମପୁର,ସିଧାର୍ଥ ନଗର,ଚାଂଦଲି ,ସୋନଭଦ୍ରା,ଚିତ୍ରକୂଟ,ଏବଂ ଫତେପୁର ଗୋଟିଏ ଲେଖାଏଁ ହସ୍ପିଟାଲ କୁ ଏଥିପାଇଁ ଚୟନ କରାଯାଇଛି।

10/08/2019

Leave a Reply

Your email address will not be published. Required fields are marked *

Comments