Bikash Khabar
ମୁମ୍ବାଇରେ ଘର କିଣିବା ମହଙ୍ଗା,ଭୁବନେଶ୍ୱର ରେ ଶସ୍ତା

ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ପ୍ରମୁଖ ସହର ଗୁଡିକରେ ଘର କିଣା ବାବଦୀୟ ତଥ୍ୟ ସଂଗ୍ରହ ଲାଗି ଏକ ସର୍ଭେ କରାଯାଇଥିଲା ସେଥିରେ ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ରେ ଘର କିଣିବା ସବୁଠାରୁ ମହଙ୍ଗା ଜଣାଯାଇଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଘର କିଣିବା ସବୁଠାରୁ ଶସ୍ତା ଥିବାର ତଥ୍ୟ ସାମ୍ନାକୁ ଆସିଥିଲା

ସୂଚନା ଯୋଗ୍ୟ ଯେ ଆର୍ବିଆଇ ପକ୍ଷରୁ ପ୍ରତି ୩ମାସରେ ଥରେ ରେସିଡେନ୍ସିଆଲ୍ଆସେଟ୍ପ୍ରାଇସ୍ମନିଟରିଂ ସର୍ଭେ କରାଯାଇଥାଏ ଏହି ସର୍ଭେ ଜୁଲାଇ ୨୦୧୦ରୁ ଆରମ୍ଭ ହୋଇଛି କିଛି ବ୍ୟାଙ୍କ ଏବଂ ହାଉସିଂ ଫାଇନାନ୍ସିଆଲ୍କମ୍ପାନୀମାନଙ୍କ ପକ୍ଷରୁ ୧୩ଟି ସହରକୁ ଦିଆଯାଇଥିବା ଗୃହଋଣ ଆଧାରରେ ଏହି ସର୍ଭେ କରାଯାଇଥିଲା  ଏହି କ୍ରମରେ ଗୁରୁବାର ଜାରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆୟ ତୁଳନାରେ ଘରର ମୂଲ୍ୟ ଗତ ୪ବର୍ଷ ମଧ୍ୟରେ ବେଶ୍ଅଧିକ ବଢ଼ିଛି ମାର୍ଚ୍ଚ ୨୦୧୫ରେ ଏହି ଅନୁପାତ ୫୬. ଥିଲାବେଳେ ମାର୍ଚ୍ଚ ୨୦୧୯ରେ ଏହା ବୃଦ୍ଧି ପାଇ ୬୧.୫ରେ ପହଞ୍ଚିଛି ଏହି ମାମଲାରେ ମୁମ୍ବାଇରେ ଘରଟିଏ ସବୁଠୁ ମହଙ୍ଗା ଥିଲାବେଳେ ଭୁବନେଶ୍ୱରରେ ରହିଛି ସବୁଠୁ ଶସ୍ତା ସର୍ଭେରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଆୟ ତୁଳନାରେ ହାରାହାରି ଋଣ ପ୍ରଦାନ ମଧ୍ୟ ଏହି ସଂକେତ ଦେଉଛି ଯେ ଘର ଏବେ ଲୋକଙ୍କ ନିକଟରୁ ଦୂରରେ ରହିଛି ଆୟ ତୁଳନାରେ ଋଣର ଅନୁପାତ ମାର୍ଚ୍ଚ ୨୦୧୫ରେ ଥିଲାବେଳେ ମାର୍ଚ୍ଚ ୨୦୧୯ରେ . ରହିଛି ସର୍ଭେରେ କୁହାଯାଇଛି ଯେ ମୂଲ୍ୟ ଏବଂ ହାରାହାରି ଋଣ ଅନୁପାତ ବଢ଼ିଛି ପୂର୍ବରୁ ମୂଲ୍ୟ ତୁଳନାରେ ୬୭. ପ୍ରତିଶତ ଋଣ ଦିଆଯାଉଥିଲା ଏବେ ଏହି ଅନୁପାତ ବୃଦ୍ଧି ପାଇ ୬୯. ପ୍ରତିଶତରେ ପହଞ୍ଚିଛି ଏଥିରୁ ସୂଚନା ମିଳୁଛି ଯେ ବ୍ୟାଙ୍କ ଏବେ ଅଧିକ ରିସ୍କ ନେବାକୁ ଲାଗିଛନ୍ତି ସର୍ଭେରେ ଯେଉଁ ଅନ୍ୟ ଏକ ତଥ୍ୟ ପଦାକୁ ଆସିଛି ତାହା ହେଉଛି ଆୟ ତୁଳନାରେ ଇଏମ୍ଆଇ ତେବେ ଗତ ଦୁଇବର୍ଷ ଧରି ଏହି ଅନୁପାତ ଏକପ୍ରକାର ସ୍ଥିର ରହିଛି ଅନ୍ୟ ସହର ତୁଳନାରେ ମୁମ୍ବାଇ, ପୁଣେ ଏବଂ ଅହମ୍ମଦାବାଦରେ ଆୟ ତୁଳନାରେ ଋଣର ଅନୁପାତ ଅଧିକ ରହିଛି ଆର୍ବିଆଇ ପକ୍ଷରୁ ଏହି ସର୍ଭେରେ ଯେଉଁ ୧୩ଟି ସହରକୁ ସାମିଲ କରାଯାଇଛି ସେହି ସହରଗୁଡ଼ିକ ହେଉଛି- ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ପୁଣେ, ଜୟପୁର, ଚଣ୍ଡୀଗଡ଼ , ଅହମ୍ମଦାବାଦ, ଲକ୍ଷ୍ନୌ, ଭୋପାଳ ଏବଂ ଭୁବନେଶ୍ୱର

13/07/2019

Leave a Reply

Your email address will not be published. Required fields are marked *

Comments