Bikash Khabar
ଦେଶର ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ପୁରୀ ଆଉ କୋଣାର୍କ

ଖୁବ୍ଶୀଘ୍ର ରାଜ୍ୟର ଗୋଟିଏ କିମ୍ବା ଦୁଇଟିି ପର୍ଯ୍ୟଟନସ୍ଥଳୀକୁ ମିଳିବ ଆଦର୍ଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା। ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାରୁ ପୁରୀ ଏବଂ କୋଣାର୍କ ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବାର ସମସ୍ତ ଯୋଗ୍ୟତାକୁ ପୂରଣ କରୁଛି। କେହି ଚାହିଁଲେ ମଧ୍ୟ ଏହି ଦୁଇଟି ସ୍ଥାନକୁ ଆଇକନିକ୍ଟ୍ୟାଗ୍ପାଇବାରୁ ବାଦ୍ଦେଇପାରିବେ ନାହିଁ। ଓଡ଼ିଶା ପକ୍ଷରୁ ଆମକୁ ପର୍ଯ୍ୟଟନସ୍ଥଳୀ ସମ୍ପର୍କିତ ଠିକ୍ଏବଂ ନିର୍ଦ୍ଦିଷ୍ଟ ତଥ୍ୟ ମିଳି ଥିବାରୁ ଦୁର୍ଭାଗ୍ୟଜନକଭାବେ ଏହି ଦୁଇଟି ସ୍ଥାନ ତାଲିକାରୁ ବାଦ୍ପଡ଼ିଥିଲା। ତେବେ ଖୁବ୍ଶୀଘ୍ର ଓଡ଼ିଶାକୁ ଆଇକନିକ୍ହେରିଟେଜ୍ଷ୍ଟାଟସ୍ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପଟେଲ କହିଛନ୍ତି। ୧୯ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ପର୍ଯ୍ୟଟନ ସଚିବ ଏବଂ ବରିଷ୍ଠ ପର୍ଯ୍ୟଟନ ଅଧିକାରୀଙ୍କୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଦେଶର ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରିବା ଲାଗି ମାନସମନ୍ଥନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପଟେଲ କହିଲେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତଭାବେ ପର୍ଯ୍ୟଟନର ବିକାଶ ଦିଗରେ କାର୍ଯ୍ୟ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇଁ କାମ କରିବା ଜରୁରୀ। ବିଦେଶୀଙ୍କ ମନରେ ଭାରତକୁ ନେଇ ଯେଉଁ ନକରାତ୍ମକ ଧାରଣା ରହିଛି ତାହା ଜାଣିବା ଲାଗି ରାଜ୍ୟ ସରକାରମାନେ ଏକ ସର୍ଭେ କରନ୍ତୁ। ଏଥିସହ ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଯେପରି ଦୁଇଗୁଣା ବୃଦ୍ଧିପାଇବ ସେହି ଲକ୍ଷ୍ୟ ନେଇ କାମ କରିବାକୁ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପଟେଲ କହିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଆଡ୍ଭେଞ୍ଚର୍ଟୁରିଜିମ୍ ବିକାଶ, ବ୍ରେଡ୍ଆଣ୍ଡ୍ବ୍ରେକ୍ଫାଷ୍ଟ ଏବଂ ହୋମ୍ଷ୍ଟେଯୋଜନାର ଗାଇଡ୍ଲାଇନ, ସ୍ବେଦେଶ ଦର୍ଶନ ପ୍ରସାଦ ଯୋଜନାର ଉପଯୋଗିତା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।

21/08/2019

Leave a Reply

Your email address will not be published. Required fields are marked *

Comments