Bikash Khabar
ପୁରୀ ଦେଖିଲା ଦୀର୍ଘତମ ବେଳାଭୂମି ସଫେଇ ଅଭିଯାନ

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ମୋ ବିଚ ଅଭିଯାନ ରେ ମହାରାଷ୍ଟ୍ରର ଶତାଧିକ ସ୍ବେଛାସେବୀ ସାମିଲ ହୋଇ କିମି ପରିବ୍ୟାପ୍ତ ବେଳାଭୂମିକୁ ଘଣ୍ଟା ଯାଏଁ ସଫା କରିବାରେ ନିୟୋଜିତ ହୋଇଥିଲେ ଏହା ରାଜ୍ୟର ଦୀର୍ଘତମ ବେଳାଭୂମି ସଫେଇ ଅଭିଯାନ ଭାବେ ରେକର୍ଡ ସୃଷ୍ଟି କରିଛି ଶ୍ରୀ ସନ୍ଥ ଜନାର୍ଦନ ସ୍ୱାମୀ ସଂସ୍କାର ସଂସ୍ଥା ୧୦୦୦ ରୁ ଅଧିକ ସ୍ବେଛାସେବୀ ଏହି ଦୀର୍ଘତମ ବେଳାଭୂମି ସଫେଇ ଅଭିଯାନ ରେ ସାମିଲ ହୋଇଥିଲେଗତକାଲି ଦିନ ସାରା ପ୍ରବଳ ବର୍ଷା ସତ୍ୱେ ସ୍ବେଛାସେବୀ ମାନଙ୍କୁ ଏଭଳି ଶ୍ରମଦାନ କରୁଥିବା ଦେଖିବାକୁ ମିଳିଥିଲା।ଏହା ସ୍ଥାନୀୟ ଅଂଚଳ ବାସୀଙ୍କୁ ପ୍ରେରଣା ଯୋଗାଇଥିଲା। ଲାଗାଁ ବର୍ଷା ସତ୍ୱେ ସ୍ବେଛାସେବୀ ମାନେ ୬୦ ଜଣିଆ ୧୬ ଟି ଦଳରେ ବିଭକ୍ତ ହୋଇ ଦିଗବାରେଣି ଠାରୁ ବତୀଘର,ଏବଂ ଦିଗବାରେଣି ଠାରୁ ପିଙ୍କ ହାଉସ ଯାଏଁ ସଫେଇ ରେ ନିୟୋଜିତ ଥିଲେ ଏହି ଦଳରେ ମହିଳା, ବରିଷ୍ଠ ନାଗରିକ ମାନେ ସାମିଲ ଥିଲେ ସ୍ବେଛାସେବୀ ମାନେ ବେଳାଭୂମି ବିସ୍ତୃତ ଅଞ୍ଚଳରୁ ପ୍ଲାଷ୍ଟିକ,ଲୁହ,କାଚ କାଗଜ ବର୍ଜ୍ୟ ବାହାର କରିଥିଲେ ଜିଲ୍ଲା ପ୍ରଶାସନ ସ୍ବେଛାସେବୀ ମାନଙ୍କୁ ବ୍ୟାଗ ଗ୍ଲୋବ ଆଦି ପ୍ରଦାନ କରିଥିଲା ବର୍ଷ ସତ୍ୱେ ବାହାର ରାଜ୍ୟର ସ୍ବେଛସେବୀ ମାନଙ୍କ ଏଭଳି ଯୋଗଦାନ କୁ ପୁରୀ ଜିଲ୍ଲାପାଳ ବଲୱନ୍ତସିଂହ ପ୍ରଶଂସା କରିଛନ୍ତି ବେଳ ଭୂମି ସଫେଇ ରେ ବିଦ୍ୟାର୍ଥୀ,ପଞ୍ଚାୟତିରାଜ ସଂସ୍ଥା ନିର୍ବାଚିତ ପ୍ରତିନିଧି,ଜନସାଧାରଣ ଅଧିକ ସଂଖ୍ୟାରେ ଯୋଡିହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି

08/08/2019

Leave a Reply

Your email address will not be published. Required fields are marked *

Comments