Bikash Khabar
ଦୁଇଭଉଣୀ ପୂର୍ଣ୍ଣିମ‌ା ଓ ସବିତା ପାଇବେ ଜାତୀୟ ସାହସିକତା ପୁରସ୍କାର

ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ଦୁଇ ଭଉଣୀ ପୂର୍ଣ୍ଣିମ ଗିରି ସବିତା ଗିରି ଜାତୀୟ ସାହାସିକତା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ଶିଶୁ କଲ୍ୟାଣ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ପୁରସ୍କାର ୨୦୨୦ ମସିହା ଜାନୁଆରିରେ ପ୍ରଦାନ କରାଯିବ । ଚଳିତ ବର୍ଷ ଜାନୁଆରି ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟରେ ମହାନଦୀରେ ଡଙ୍ଗାବୁଡ଼ି ଯିବାରୁ ଯାତ୍ରୀମାନେ ଭାସି ଯାଉଥିବା ବେଳେ ଦେବଦୂତ ସାଜି ଦୁଇ ଭଉଣୀ ପୂର୍ଣ୍ଣିମ ଗିରି ସବିତା ଗିରି ହାଡ଼ଭଙ୍ଗା ଶୀତୁଆ ରାତିକୁ ଖାତିର୍ କରି ପାଣି ଭିତରକୁ ଡେଇଁ ୧୩ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।ଘଟଣା ଦିନ ରାତି ପ୍ରାୟ ୮ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ବତୀଘରଠାରେ ନଦୀରେ ଡଙ୍ଗା ବୁଡ଼ି ଯାଇଥିଲା। ଏହି ଡଙ୍ଗାରେ  ନିପାଣିଆର ଲୋକ  ହୁକିଟୋଲା ଦ୍ବୀପକୁ ବଣଭୋଜି କରିବାକୁ ଯାଉଥିଲେ। ନିପାଣିଆରୁ ଡଙ୍ଗା ଛାଡ଼ିବାର କିଛି ସମୟ ପରେ ଡଙ୍ଗା ବୁଡ଼ି ଯାଇଥିଲା। ଯାତ୍ରୀଙ୍କ କରୁଣ ଆର୍ତ୍ତନାଦ ଶୁଣି ସବିତା ପୂର୍ଣ୍ଣିମା ଧାଇଁ ଆସିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ନଦୀ ଭିତରେ କୁମ୍ଭୀରର ଭୟ ଥିଲା। ମାତ୍ର, ଦୁହେଁ ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ୟମାନଙ୍କୁ ନୂଆ ଜୀବନ ଦେଇଥିଲେ। ଏହି ଦୁଇ ଭଉଣୀହେଲେ ନିପାଣିଆ ଗାଁର ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା। ଗୋଟିଏ ପଟେ ଡଙ୍ଗାବୁଡ଼ିରେ ଜଣଙ୍କ ମୃତ୍ୟୁ ଘଟଣା ନିପାଣିଆକୁ ଶୋକରେ ଡୁବେଇ ଦେଇଥିବା ବେଳେ ଅନ୍ୟପଟେ ଏହି ଦୁଇ ଭଉଣୀଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା।

21/12/2019

Leave a Reply

Your email address will not be published. Required fields are marked *

Comments