Bikash Khabar
କର୍କଟ ଆକ୍ରାନ୍ତ ପିତାଙ୍କ ଚିକିତ୍ସା ପାଇଁ ଅଟୋ ଚଳାଇ ଖର୍ଚ୍ଚ ଯୋଗାଡ଼ କରୁଛନ୍ତି ଦିବ୍ୟାଙ୍ଗ ଝିଅ

  ଗୁଜୁରାଟର ସୁରଟରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ପୋଲିଓ ହେତୁ ୩୫ବର୍ଷୀୟ ଅଙ୍କିତା ଶାହଙ୍କୁ ପିଲାଟି ବେଳୁ ଗୋଟିଏ ଗୋଡ ହରାଇବାକୁ ପଡ଼ିଥିଲା। ତେବେ ଏଭଳି ଅବସ୍ଥାରେ ବି ସେ ଅକ୍ଷମ ନୁହଁନ୍ତି  ସକ୍ଷମ ବୋଲି ପ୍ରମାଣ କରିଛନ୍ତି ଅଙ୍କିତା। କର୍କଟ ପୀଡ଼ିତ ବାପାଙ୍କୁ ସୁସ୍ଥ କରିବା ପାଇଁ ଗତ ୬ମାସ ହେବ ସବୁ ଅସୁବିଧା କୁ ପଛ କରି ଅଟୋ ଚଳାଇବା ଶିଖି ଦୁଇ ପଇସା ରୋଜଗାର କରିଛନ୍ତି ଅଙ୍କିତା। ତେବେ ଅହମ୍ମଦାବାଦରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଥିବା କୁହାଯାଉଛି ଅଙ୍କିତା ଶାହା କହନ୍ତି, ଆମେ ମୂଳତଃ ସୁରଟର ବାସିନ୍ଦା ପିଲାଦିନେ ପୋଲିଓ କାରଣରୁ ମୋର ଡାହାଣ ଗୋଡକୁ କାଟିବାକୁ ପଡ଼ିଥିଲା। ମୁଁ ଅର୍ଥନୀତିରେ ସ୍ନାତକ ହାସଲ କରିଛି। ପାଞ୍ଚ ଭାଇ-ଭଉଣୀ ଭିତରୁ ମୁଁ ସବୁଠାରୁ ବଡ଼। ପରିବାରର ଆର୍ଥିକସ୍ଥିତି ଠିକ୍ ଥିବାରୁ ୨୦୧୨ରେ ଅହମ୍ମଦାବାଦ ଆସି ଏକ କଲ ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲି। ୧୨ଘଣ୍ଟା କାମ କରିବା ପରେ ମୋତେ ୧୨ହଜାର ଟଙ୍କା ମିଳୁଥିଲା। ଏହି ସମୟରେ ବାପା କର୍କଟ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ଏହା ଜାଣିବା ପରେ ମୋର ପାଦତଳୁ ମାଟି ଖସିଗଲା ଭଳି ଅନୁଭବ ହୋଇଥିଲା। ଏହା ସତ୍ତ୍ୱେ  ମନକୁ ଦୃଢ଼ କରି ଆଗକୁ କରିବାକୁ ହେବ ତାହା ଚିନ୍ତା କରିଥିଲି। ବାପାଙ୍କ ଚିକିତ୍ସା ପାଇଁ ମୋତେ ବାରମ୍ବାର ଅହମ୍ମଦାବାଦରୁ ସୁରଟ ଯିବାକୁ ପଡ଼ୁଥିଲା। କଲ ସେଣ୍ଟରରେ ଛୁଟି ବି ବହୁତ କମ୍ମିଳୁଥିଲା ତେଣୁ ମୋତେ ଘରକୁ ଯିବା ପାଇଁ ବହୁତ ଅସୁବିଧା ହେଉଥିଲା ଏଭଳି ପରିସ୍ଥିତିରେ କଲ୍ସେଣ୍ଟରରୁ ଚାକିରି ଛାଡି ଦେଇଥିଲି। ଚାକିରି ଛାଡିବା ପରେ ଘର ଚଳାଇବା ବହୁତ କଷ୍ଟ ହୋଇ ପଡ଼ିଥିଲା। ଦିବ୍ୟାଙ୍ଗ ହୋଇଥିବାରୁ ମୋତେ ଅନ୍ୟ କୌଣସି ଚାକିରି ବି ମିଳି ପାରୁ ନଥିଲା। ଏପରି କିଛିଦିନ ଗଲା ପରେ ମୋର ଜଣେ ଦିବ୍ୟାଙ୍ଗ ସାଙ୍ଗ ଲାଲଜି ବାରୋଟ ମୋତେ ଅଟୋ ଚଳାଇବା ଶିଖାଇଥିଲେ। ଅଟୋ ଚଳାଇବା ଶିଖିବା ପରେ ଦିନକୁ  ୮ଘଣ୍ଟା ଅଟୋ ଚଳାଇ ମାସକୁ  ମୁଁ ୨୦ହଜାର ଟଙ୍କା ରୋଜଗାର କରିପାରୁଛି   ବାପାଙ୍କ କର୍କଟ ଚିକିତ୍ସା କରିବାପାଇଁ ଏତିକି ଅର୍ଥ ଯଥେଷ୍ଟ ଥିବା ସତ୍ୱେ ମୁଁ ଯଥେଷ୍ଟ ମାନସିକ ଶକ୍ତି ପାଉଛି ବୋଲି କହନ୍ତି ଅଙ୍କିତା

06/01/2020

Leave a Reply

Your email address will not be published. Required fields are marked *

Comments