Bikash Khabar
ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌

ରାଜଧାନୀରେ ବେପରୁଆ ଗାଡ଼ି ଚାଳକମାନେ ସାବଧାନ ସାପ ଗଲା ଭଳି ଗାଡି ଚଲାଇ ଓଭରଟେକିଂ କରି ଆଉ ଖସି ଯାଇ ପାରିବେ ନାହିଁ ଏଭଳି  କରୁଥିଲେ ଏଣିକି  ଡ୍ରୋନ୍କ୍ୟାମେରା ରେ ଧରାପଡିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ରାସ୍ତାକୁ ନୋ ଓଭରଟେକିଂ ଜୋନ୍କରାଯାଇଛି। ଯେଉଁମାନେ ଏହି ରାସ୍ତାରେ ଓଭରଟେକିଂ କରିବାକୁ ଉଦ୍ୟମ କରିବେ, ସେମାନଙ୍କୁ ଡ୍ରୋନ୍ସାହାଯ୍ୟରେ ଧରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସମେତ ସୋମବାର ସନ୍ଧ୍ୟାରେ ଟ୍ରାଫିକ୍ଡିସିପି ସାଗରିକା ନାଥ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏଜି ଛକଠାରେ ପରୀକ୍ଷାମୂଳକଭାବେ ଡ୍ରୋନ୍  ଉଡାଣ କରାଯାଇଥିଲା

କମିଶନର ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଓଭରଟେକିଂ ଦ୍ୱାରା ଟ୍ରାଫିକ୍ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବଢୁଛି। ଅନେକ ସମୟରେ କେତେଜଣ ବାଇକ୍ଚାଳକ ସାପ ଗଲା ଭଳି ଗାଡି ଚଳାଇ ବଡ଼ ବଡ଼ ଗାଡ଼ିକୁ ଅତିକ୍ରମ କରି ଆଗକୁ ଯାଇଥାନ୍ତି। ଫଳରେ ଅନ୍ୟଗାଡ଼ିଗୁଡିକ ଦୁର୍ଘଟଣାଗ୍ରସ୍ତ ହେବା ସହ ଟ୍ରାଫିକ୍ଜାମ ହେଉଛି। ପୁଣି ସାପ ଗଲା ଭଳି ଗାଡି ଚଲାଇଲେ ରାସ୍ତା ଯେତେ ଚଉଡା କଲେ କିମ୍ବା ଯେତେ ଟ୍ରାଫିକ କର୍ମଚାରୀ ନିୟୋଜିତ କଲେ ସୁଦ୍ଧା ସ୍ଥିତି ସୁଧୁରିବ ନାହିଁ। ତେଣୁ ସମସ୍ତ ସହରବାସୀଙ୍କୁ ଲେନ୍ଡ୍ରାଇଭିଂ କରିବାକୁ ଅନୁରୋଧ  କରାଯାଉଛି। ରାଜଧାନୀରେ ମଲ ଗୁଡିକ ପାର୍କିଙ୍ଗ ସ୍ଥାନ ରଖି ଭିତ୍ତିଭୂମି ତିଆରି କରୁଥିବା ଅଟୋ ଗୁଡିକ ରାସ୍ତା ମଝିରେ ଗାଡି ଅଟକାଇ ଯାତ୍ରୀ ନେଉଥିବା ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବ୍ୟବସାୟିକ ସଂସ୍ଥା ଅଟୋ ଆସୋସିଏସନସହିତ ଆଲୋଚନା ହୋଇଥିବା ଜଣାଯାଇଛି

27/08/2019

Leave a Reply

Your email address will not be published. Required fields are marked *

Comments