Bikash Khabar
ରାଧାକାନ୍ତ ଙ୍କ ବୋଲ ମାନିଛି ହାତ ,ଖଡିରେ ଆଙ୍କୁଛନ୍ତି ସୁନ୍ଦର କଳାକୃତି

 ହାତରେ ରହିଛି ଯାଦୁ। ବୋଲ ମାନିଛି ଆଙ୍ଗୁଠି। ଆଙ୍ଗୁଠି ଚାଳନା କରି ସେ ତିଆରି କରନ୍ତି ସୁନ୍ଦର କଳାକୃତି    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡ଼ା ପଞ୍ଚାୟତ ଚନ୍ଦନବିନ୍ଧା ଗାଁରେ ରାଧାକାନ୍ତ ବସବାସ କରନ୍ତି। ପାଠପଢ଼ିବା ସହ ବାପାଙ୍କୁ ମାଟି ପାତ୍ର ତିଆରିରେ ରାଧାକାନ୍ତ ସାହାଯ୍ୟ କରିବା ସହ ଚକ ଖଡ଼ିରେ ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଥାଆନ୍ତି। ଯାହାକୁ ଦେଖିଲେ ଆପଣଙ୍କ ଆଖି ଲାଖି ରହିଯିବ।ଆଜିର ଯୁଗରେ ଟେରାକୋଟା ମନ ମୋହୁଥିବା ବେଳେ କୌଳିକ ବୃତ୍ତିକୁ ଆଦରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ରାଧାକାନ୍ତଙ୍କ ପରିବାର ମୋବାଇଲ ହେଉ କିମ୍ବା ଟିଭି ଦେଖି ସେ ଟେରାକୋଟା ଡିଜାଇନର ମୂର୍ତ୍ତି ତିଆରି କରିଥାଆନ୍ତି। କେବଳ ଏତିକି ନୁହେଁ ସୁଦର୍ଶନ ପଟ୍ଟନାୟକଙ୍କୁ ଦେଖି ନଥିଲେ ବି ତାଙ୍କୁ ଗୁରୁ ମାନି ଅତି ସୁନ୍ଦର ସୁନ୍ଦର ବାଲୁକା କଳା ତିଆରି ପରିପାରୁଛନ୍ତି ରାଧାକାନ୍ତ।ଚାନ୍ଦବାଲିରେ ବସବାସ କରୁଥିବା ରାଧାକାନ୍ତ ନିର୍ଜୀବ ଚକ୍ଖଡ଼ିକୁ ଜୀବନ୍ତ ରୂପ ଦେଉଛନ୍ତି। ଚକ୍ଖଡ଼ିରେ କେତେବଳେ ଦାରୁବ୍ରହ୍ମ ଆଉ କେତେବେଳେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୃର୍ତ୍ତି ତିଆରି ପୁଣି କେତେବେଳେ ଶିବଲିଙ୍ଗ, ବାଲ୍ମିକି, ହନୁମାନ ଆଦି ଦେବାତାଙ୍କ ମୂର୍ତ୍ତି ତିଆରି କରିଥାଆନ୍ତି ରାଧାକାନ୍ତ ତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି ଚକ୍ଖଡ଼ି ହେଲେ ଦୁଃଖର କଥା ହେଲା ପ୍ରତିଭାକୁ ଉଚିତ ସମ୍ମାନ ମିଳୁ ନାହିଁ।

28/10/2019

Leave a Reply

Your email address will not be published. Required fields are marked *

Comments