Bikash Khabar
ଶହେତମ ପ୍ରତିଷ୍ଠା ଦିବସ ପାଳିବା ପୂର୍ବରୁ ଇତିହାସ ପାଲଟିବ ରଘୁନନ୍ଦନ ଲାଇବ୍ରେରୀ

ଏମାର ମଠରେ ବର୍ଷ ପରେ ବର୍ଷ ଧରି ପରିଚାଳିତ ରଘୁନନ୍ଦନ ଲାଇବ୍ରେରୀ ତାର ଶହେ ବର୍ଷ ପୂର୍ତ୍ତି ପାଳିବା ପୂର୍ବରୁ ଇତିହାସ ପାଲଟିବାକୁ ଯାଉଛି। ଏମାର ମଠ ସହିତ ଏହି ବହୁ ପ୍ରାଚୀନ ଲାଇବ୍ରେରୀ କୁ ମାଟିରେ ମିଶାଇଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ମଠ ଭଂଗାଯିବା ସହିତ ଏହି ପରିସରରେ ଥିବା ରଘୁନନ୍ଦନ ପାଠାଗାର ଭଂଗାଯିବାକୁ ନେଇ ସଂସ୍କୃତି ପ୍ରେମୀ ନୀରବ ଏହି ଲାଇବ୍ରେରୀରେ ଜଗନ୍ନାଥ ସଂସ୍କୃତି ସହ ବହୁ ପୁସ୍ତକ ତାଳପତ୍ର ପୋଥି ରହିଛି ଏହା ସହ ବହୁ ହିନ୍ଦୀ, ଇଂଲିଶ, ସଂସ୍କୃତି ଓଡିଆ ଭାଷାର ବହୁ ଦୁର୍ମୁଲ୍ୟ ପୁସ୍ତକ ରହିଛି କିନ୍ତୁ ଏହାକୁ ଭାଙ୍ଗିବା ପରେ ଏହା ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି କାରଣ ଏହାକୁ ସ୍ଥାନାନ୍ତର କରିବାକୁ ନୋଟିସ ହୋଇଥିଲେ ବି ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ ଫଳରେ ୧୯୨୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରାଚୀନ ଗ୍ରନ୍ଥାଗାରର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ଭଂଗାଯିବା ପୂର୍ବରୁ ଲାଇବ୍ରେରୀ ଭିତ୍ତିଭୂମି ନିର୍ମାଣ ଦିଗରେ ପ୍ରଶାସନ ପଦକ୍ଷେପ ନେଲା ନାହିଁ। ଜିଲା ପ୍ରଶାସନ  ଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଦାଲତ ଯାଏଁ ସମସ୍ତେ ଉଛେଦ ସପକ୍ଷରେ ଥିବା ବେଳେ କେହି ଜଣେ ହେଲେ କୋଉଠି ଥଇଥାନ କରାଯିବ ତାକୁ ନେଇ ମୁଣ୍ଡ ପୁରାଇଲେ ନାହିଁ ଫଳରେ ଏବେ ଉଛେଦ ପରେ ଏହି ଐତିହ୍ୟ ସମ୍ପନ୍ନ ଲାଇବ୍ରେରୀ ଅସ୍ଥିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

28/08/2019

Leave a Reply

Your email address will not be published. Required fields are marked *

Comments