Bikash Khabar
ଏଲ୍‌ଜିବିଟି ଛାତ୍ରଛାତ୍ରୀ ସମର୍ଥନରେ ଏନ୍‌ଆଇଟି ଗଢିଲା ରେନ୍‌ବୋ ଡଟ୍‌ କ୍ଲବ୍,ଏଭଳି ଉଦ୍ୟମ ଦେଶରେ ପ୍ରଥମ

 ଏଲ୍ଜିବିଟିକ୍ୟୁ କମ୍ୟୁନିଟିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ମାନସିକ ସ୍ତରରେ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ଏକ ନୂଆ ପଦକ୍ଷେପ ନେଇଛି। ଅନୁଷ୍ଠାନରେ ଥିବା ଏଲଜିବିଟିକ୍ୟୁ କମ୍ୟୁନିଟିର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ବେଷର ଶିକାରରୁ ବଞ୍ଚିତ କରି ଏକ ଉପଯୋଗୀ ପରିବେଶ ଦେବାକୁ ରେନ୍ବୋ ଡଟ୍କ୍ଲବ୍ଗଠନ କରାଯାଇଛି। ଷ୍ଟୁଡେଣ୍ଟ୍ଆକ୍ଟିଭିଟି ସେଣ୍ଟର୍‌ (ଏସ୍ଏସି) ଅଧିନସ୍ଥ ଲିଟରେସି ଆଣ୍ଡ୍କଲଚରାଲ୍ସୋସାଇଟିଦ୍ବାରା ଏହି ରେନ୍ବୋ ଡଟ୍କ୍ଲବ୍ପରିଚାଳିତ ହେଉଛି। ଏହି କମ୍ୟୁନିଟିର ଛାତ୍ରଛାତ୍ରୀଙ୍କ ସମର୍ଥନରେ କ୍ୟାମ୍ପସ୍ଭିତରେ ଏଭଳି ପଦକ୍ଷେପ ନେବାରେ ରାଉରକେଲା ଏନ୍ଆଇଟି ହେଉଛି ଦେଶର ପ୍ରଥମ ଏକମାତ୍ର ଏନ୍ଆଇଟି ତଥା ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ। ଏମିତିକି ସମଗ୍ର ପୂର୍ବ ଭାରତର ପ୍ରଥମ ଶିକ୍ଷାନୁଷ୍ଠାନ ଯେଉଁଠାରେ ଏଲ୍ଜିବିଟିକ୍ୟୁ ବର୍ଗ ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି। ଏହି କ୍ଲବ୍ରେ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠାନର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଯୋଡ଼ି ହୋଇସାରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଲା, ଏହି କ୍ଲବ୍ରେ କେବଳ ଏଲ୍ଜିବିଟିକ୍ୟୁ କମ୍ୟୁନିଟିର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଉନି ବରଂ ଯେଉଁମାନେ ଏମାନଙ୍କ ସପକ୍ଷରେ ଅଛନ୍ତି, ସେମାନଙ୍କୁ ମଧ୍ୟ ସାମିଲ କରାଯାଉଛି। କ୍ଲବ୍ ମୂଳ ଲକ୍ଷ୍ୟ ହେଲା, ଏଲ୍ଜିବିଟି ବର୍ଗର ଛାତ୍ରଛାତ୍ରୀ ସାମାଜିକ ଭୟ ଯୋଗୁଁ ଖୋଲାଖୋଲି ଭାବେ ନିଜର ପରିଚୟ ପ୍ରକାଶ କରୁନାହାନ୍ତି। ଫଳରେ ସେମାନେ ଚାପି ହୋଇ ରହିବା ସହ ସାମ୍ବିଧାନିକ ଅଧିକାର ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ତେଣୁ ସେମାନଙ୍କ ମନରେ ପ୍ରଗତିଶୀଳ ଚିନ୍ତାଧାରା ଆଣିବା ଉଦ୍ଦେଶ୍ୟରେ ଏନ୍ଆଇଟିର କିଛି ଛାତ୍ରଛାତ୍ରୀ ଏପରି ପଦକ୍ଷେପ ନେଇଛନ୍ତି। ପ୍ରାୟ ମାସ ଧରି ଅନୁଷ୍ଠାନର କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀଙ୍କୁ ବୁଝେଇବାପରେ ଏହି ଅନୁଷ୍ଠାନ ଜନ୍ମ ନେଇଥିଲା। ଏଲ୍ଜିବିଟିକ୍ୟୁ କମ୍ୟୁନିଟି ଛାତ୍ରଛାତ୍ରୀଙ୍କୁ ସମର୍ଥନ ପାଇଁ ଆଗାମୀ ଦିନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ।

14/06/2020

Leave a Reply

Your email address will not be published. Required fields are marked *

Comments