Bikash Khabar
ଦେଶର ପ୍ରଭାବଶାଳୀ ୫୦ ବ୍ୟକ୍ତିଙ୍କ ତାଲିକାରେ ଦୁଇ ଓଡ଼ିଆ

ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍ଦୂତୀ ଚାନ୍ଦ ରାୟଗଡାରେ ଜନ୍ମିତ ତଥା ଓୱାଇଓ ହୋଟେଲ ଚେନର ପ୍ରତିଷ୍ଠାତା  ରାକେଶ ଅଗ୍ରୱାଲ ଦେଶର ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି  ଦୌଡ଼ ରାଣୀ ଦୂତୀ ଏହି ତାଲିକାର ୪୭ତମ ସ୍ଥାନରେ ରହିଥିବା ବେଳେ ରାକେଶଙ୍କୁ ମିଳିଛି ୪୩ ତମ ସ୍ଥାନ ଦେଶର ଅଗ୍ରଣୀ ଇଂଲିଶ ପତ୍ରିକା ଇଣ୍ଡିଆ ଟୁଡେତା ଅଗଷ୍ଟ ସଂସ୍କରଣରେ ଏହି ତାଲିକା ପ୍ରକାଶିତ କରିଛି। ଚଳିତବର୍ଷ ଅନୁଷ୍ଠିତ ୨୦୧୮ ଏସିଆନ୍ଗେମ୍ସ ୨୦୧୯ ଓ୍ବାଲର୍ ୟୁନିଭର୍ସିଟି ଗେମ୍ସରେ ଦମ୍ଦାର ପ୍ରଦର୍ଶନ କରି ଦୂତୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି ବୋଲି କୁହାଯାଇଛି। ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍ଭାବେ ଦୂତୀଙ୍କୁ ଏହି ପତ୍ରିକା ସମ୍ବୋଧନ କରିଛି। ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ଓ୍ବାଲର୍ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିସହିତ ଦ୍ୱିତୀୟ ଭାରତୀୟ ଭାବେ ଦୂତୀ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବୋଲି ଇଣ୍ଡିଆ ଟୁଡେଉଲ୍ଲେଖ କରିଛି।ସେହିପରି ରାକେଶ ଅଗ୍ରୱାଲ ନିଜର ଷ୍ଟାର୍ଟ ଅପ ଓୟୋ ଜରିଆରେ ନିଜର ବ୍ୟାବସାୟିକ ସାମ୍ରାଜ୍ୟ ବୃଦ୍ଧି ସହିତ କମ ମୂଲ୍ୟରେ ହୋଟେଲ ବୁକିଂ ସୁବିଧା ଯୋଗାଇ ଯୁବବର୍ଗଙ୍କ ହୃଦୟ ଛୁଇଁ ପାରିଛନ୍ତି  ଶିଳ୍ପପତି ମୁକେଶ ଅମ୍ବାନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ମୁକେଶ ଏବେ ୫୦ ବିଲିୟନ ଆମେରିକୀୟ ଡଲାର ବା .୪୫ ଲକ୍ଷ କୋଟି ଟଙ୍କାର ମାଲିକ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ଦେଶର ଅନ୍ୟତମ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଗୌତମ ଆଦାନୀ, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା ରତନ ଟାଟା ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ସପ୍ତମ ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ନବମ ସ୍ଥାନରେ ରହିଛନ୍ତି।ଚଳିତ ବର୍ଷ ଭାରତର ସବୁଠୁ କ୍ଷମତାଶାଳୀ ରାଜନେତାଙ୍କ ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହ, ତୃତୀୟ ସ୍ଥାନରେ ଆର୍ଏସ୍ଏସ୍ମୁଖ୍ୟ ମୋହନ ଭାଗବତ, ଚତୁ୍ର୍ଥ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ପଞ୍ଚମ ସ୍ଥାନରେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଷଷ୍ଠ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସପ୍ତମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ଅଷ୍ଟମ ସ୍ଥାନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନବମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏବଂ ଦଶମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଅଛନ୍ତି।

28/07/2019

Leave a Reply

Your email address will not be published. Required fields are marked *

Comments