Bikash Khabar
ସମୁଦ୍ର ଆଁରେ ମତ୍ସଜିବୀ ଗାଁ,ଭସାଇନେଲା ୨୨ ଶୁଖୁଆ ଖଳା ଓ ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ାର ପେଣ୍ଠ ସାତଭାୟା ପରି ଗଂଜାମ ଜିଲ୍ଲାର ପୋଡ଼ାମପେଟା,ଆର୍ଯ୍ୟପାଲ୍ଲୀ ଚିକିଟି ବ୍ଲକର ରାମେୟା ପାଟଣା ଗ୍ରାମବାସୀଙ୍କୁ ଭିଟାମାଟିରୁ ଉଛେଦ କରିଛି ସମୁଦ୍ର। ସମୁଦ୍ରର ଗର୍ଭରେ ଚାଷ ବାସ ହରାଇ ପୋଡ଼ାମ ପେଟା ସାତଭାୟା ବାସୀ ସ୍ଥାନାନ୍ତରି ଦୁଃଖକୁ ବୋହି ଚାଲିଥିବା ବେଳେ ଏବେ ସମାନ ଦୁଃଖକୁ ଭେଟିଛି ରାମେୟା ପାଟଣା ଚିକିଟି ବ୍ଲକ ଅର୍ନ୍ତଗତ ଏହି ମତ୍ସଜିବୀ ଗାଁ କୁ ସମୁଦ୍ର ନାଲି ଆଖି ଦେଖାଇଛି। ସମୁଦ୍ରର ଗର୍ଜନ ରେ ଗ୍ରାମବାସୀ  ଭୟଭୀତ ହୋଇ ରହିଛନ୍ତି। ବାହୁଦା ନଦୀ ମୁହାଣ ବାରମ୍ବାର ଗତିପଥ ବଦଳାଇବା ଫଳରେ ଗାଁ ଆଡକୁ ସମୁଦ୍ର ମାଡି ଆସିଛି। ଚିକିଟି ବ୍ଲକ ଅର୍ନ୍ତଗତ କତୁରୁ ପଞ୍ଚାୟତର ସମୁଦ୍ରକୂଳରେ ରହିଛି ରାମେୟାପାଟଣା। ଏଠାରେ ୫୫୦ ମତ୍ସ୍ୟଜୀବୀ ପରିବାର ବାସ କରୁଛନ୍ତି। ପ୍ରାୟ ୧୧୦ ପରିବାର ସମୁଦ୍ର କୂଳକୁ ଲାଗି ଘର କରିଛନ୍ତି। ଗାଁ ଠାରୁ ୨କିମି ଦୂରରେ ବାହୁଦା ନଦୀ ମୁହାଣ ରହିଥିଲା। ୨୦୦୮ ମସିହାରେ ପ୍ରଥମେ ବାହୁଦା ମୁହାଣ ଗତିପଥ ପରିବର୍ତ୍ତନ ଯୋଗୁଁ ରମେୟାପାଟଣା ଗାଁ ଆଡକୁ ସମୁଦ୍ର  ମୁହାଁଇଥିଲା। ବର୍ଷ ତଳେ ପୁଣି ମୁହାଣ ଗତପଥ ପରିବର୍ତ୍ତନ କରି କୂଳ ଖାଇବା ଦ୍ବାରା ଉକ୍ତ ଗ୍ରାମର ୪ଟି  ଘର ସମୁଦ୍ର ଗର୍ଭରେ ଲୀନ ହୋଇଥିଲା। ଦିନ ହେଲା ସମୁଦ୍ର ଉଗ୍ର ହେବା ସହିତ ସୁଉଚ୍ଚ ଲହଡ଼ି ଆସି କୂଳ ଖାଉଛି ବୋଲି ରାମେୟାପଟଣା ଗ୍ରାମବାସୀ କହିଛନ୍ତି।୨ଦିନ ତଳେ ସୁଉଚ୍ଚ ଜୁଆର ଆସି ସମୁଦ୍ର କୂଳରେ ଗତ ୯ମାସ ତଳେ ନିର୍ମାଣ ହୋଇଥିବା ମତ୍ସଜୀବୀ ଆଶ୍ରୟ ସ୍ଥଳକୁ ଭସାଇନେଇଛି। ମତ୍ସଜୀବୀ ଶୁଖୁଆ ଶୁଖାଇବା ଲାଗି ଗତ ବର୍ଷ କତୁରୁ ପଞ୍ଚାୟତ ପକ୍ଷରୁ ସମୁଦ୍ର କୂଳରେ ୨୨ଟି ଶୁଖୁଆ ଖଳା ନିର୍ମାଣ କରା ଯାଇଥିଲା। ଶୁଖୁଆ ଖଳା ଗୁଡିକ ସମୁଦ୍ରର ଆଁରେ ପଶି ଯାଇଛି। ରବିବାର ବିଳମ୍ବିତ ରାତିରେ ଜୁଆର ୮ଜଣଙ୍କ ଘର ଭସାଇ ନେଇଛି।ଗଞ୍ଜାମ ଜିଲ୍ଲାର ରମେୟାପାଟଣା କେବଳ ନୁହଁ ପୋଡମପେଟା, ଗୋଖରକୁଦା, ଆର୍ଯ୍ୟପଲ୍ଲୀ, ପୁରୁଣାବନ୍ଧ ଇଲକାରେ ମଧ୍ୟ ସମୁଦ୍ର କୂଳ ଖାଉଛି।

13/08/2019

Leave a Reply

Your email address will not be published. Required fields are marked *

Comments