Bikash Khabar
ଆରସିଏମ ନୋଡାଲ ସ୍କୁଲ ରେ ୮୨ ବ୍ୟାଚ ପାଳିଲା ବନ୍ଧୁମିଳନ ଓ ଗୁରୁ ପୂଜନ ସମାରୋହ

 ପରସ୍ପର ଭିତରେ ଥିଲା ବର୍ଷ ବର୍ଷ ସମ୍ପର୍କ। ଏହାର ଆକର୍ଷଣ ସେମାନଙ୍କୁ ଏକାଠି କରିଥିଲା ଇତିହାସର ପବିତ୍ର ମାଟି କହ୍ନେଇପୁର ରେ  ସମବେତ ହୋଇଥିଲେ ଆର ସି ଏମ ବିଦ୍ୟାଳୟ ୧୯୮୨  ବ୍ୟାଚ ଶିକ୍ଷକ,ପୁରାତନ ବିଦ୍ୟାର୍ଥୀ ଆଉ ବିଦ୍ୟାଳୟ  ପରିବାର ସଦସ୍ୟ ମାନେ ପ୍ରିୟ ଗୁରୁ ମାନଙ୍କୁ ପାଛୋଟି ନେବା ପରେ ପାଳିତ ହୋଇଥିଲା ଅତୀତର ସ୍ମୃତି ରୋମନ୍ଥନ ପର୍ବ ବିଦ୍ୟାଳୟ ଜୀବନର ସ୍ମୃତି ଆଉ ଅନୁଭବ ବଖାଣୁଥିବା ବେଳେ ସମସ୍ତଙ୍କ ଚେହେରା ରେ ଆବେଗକୁ ବୁଝିହେଉଥିଲା ଆଉ ଖୁସି ଅଶ୍ରୁ ଦେଖି ହୋଇଥିଲା ସୁଧୀର କୁମାର ମହାପାତ୍ର,ଚିତ୍ତ ରଞ୍ଜନ ଦାଶ,ସୁକାନ୍ତ କୁମାର ପଣ୍ଡା,ଭାସ୍କର ସାହୁ,ପ୍ରଫୁଲ ସାହୁ,ତପନ ସାହୁ, ରଂଜିତ ତ୍ରିପାଠୀ,ସ୍ୱାମୀ ଜୟକୃଷ୍ଣ,ଅକ୍ଷୟ ପଣ୍ଡା,ପ୍ରକାଶ ନାୟକ,ବେଣୁଧର ସାହୁ,ରଂଜିତା ପାଢ଼ୀ,ସୌଦାମିନୀ ତ୍ରିପାଠୀ,ଜନାର୍ଦନ ପଣ୍ଡା,ଶ୍ରୀକରପଣ୍ଡା,ଶରତ କର, ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଗୁରୁ ବନ୍ଦନା ସହିତ ପୂଜନ କରିଥିଲେ ପ୍ରଧାନ ଶିକ୍ଷକ ଭିକାରି ଚରଣ ମହାପାତ୍ର,ନାରାୟଣ ପାଢ଼ୀ,ପ୍ରଫୁଲ୍ଲ ସାହୁ,ହାଡିବନ୍ଧୁ ମାଳି,ପ୍ରଫୁଲ୍ଲ ମହାପାତ୍ର,ବ୍ରଜ ବନ୍ଧୁ ପାଲ ଙ୍କୁ ସେମାନଙ୍କ ଶିକ୍ଷକ ଜୀବନ ଅବଦାନ ମନେପକାଇ ପୁଷ୍ପଗୁଛ,ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇଥିଲା ଏଭଳି ଏକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ଜେନା ପୁରାତନ ଛାତ୍ରମାନେ ବିଦ୍ୟାଳୟ ସହ ଯୋଡ଼ିହେଲେ ଅନୁଷ୍ଠାନର ବିକାଶ ସମ୍ଭବ ବୋଲି ଦର୍ଶାଇ ଥିଲେ। ସମ୍ମାନିତ ଅତିଥି ଜିଲା ଶିକ୍ଷା ଅଧିକାରୀ ଡ଼କ୍ଟର ସନାତନ ପଣ୍ଡା ମୋ ବିଦ୍ୟାଳୟ ଯୋଜନା ପୁରାତନ ବିଦ୍ୟାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ ଥିବା ସୁଚାଇଥିଲେ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନାନନ୍ଦ ସାଗର ବିଦ୍ୟାଳୟ ଏକ ମନ୍ଦିର ଏବଂ ଶିକ୍ଷକ ନିଜ ଧର୍ମ ପାଳନ କରୁଥିବା ଅଭିହିତ କରାଇଥିଲେ ସମ୍ବର୍ଧନାର ଉତ୍ତର ରେ ଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରି ଚରଣ ମହାପାତ୍ର ବିଦ୍ୟାଳୟର ଗୌରବାବହ ଅତୀତ ସୂଚିତ କରିବା ସହ ଆଗାମୀ ସମୟରେ ଏହି ଅନୁଷ୍ଠାନ ବିକାଶ ପାଇଁ ନିଜର ସଂକଳ୍ପ କୁ ଦୋହରାଇଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଦୀପ୍ତି ରେଖା ଓଡ଼ିଆ ଚଳଚିତ୍ର ଜଗତର ଐଶ୍ୱର୍ଯ୍ୟ ସିଧାର୍ଥ ଶଙ୍କର ବହୁ  ପୁରୁଣା ଆଉ ନୂଆ ଗୀତ ଗାଈ ଶୁଣାଇ ଥିଲେ   ସଂଗୀତ ତାଳେ ତାଳେ    ଦର୍ଶକ ମାନେ ଝୁମି ଉଠିଥିଲେ।

17/12/2019

Leave a Reply

Your email address will not be published. Required fields are marked *

Comments