Bikash Khabar
ବିଶ୍ୱବିଦ୍ୟାଳୟ ରେ ପଢ଼ାହେବ ସାଇବର୍‌ ସିକ୍ୟୁରିଟି ଆଲର୍ଟନେସ୍‌’

ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମରେ ସାଇବର୍ସିକ୍ୟୁରିଟି ଆଲର୍ଟନେସ୍ପ୍ରଚଳନ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କହିଛି ତେବେ  ପ୍ରଥମେ ଏହା ବିଶ୍ୱବିଦ୍ୟାଳୟ ସ୍ତରରୁ ଆରମ୍ଭ ହେବ ସାଇବର୍ସିକ୍ୟୁରିଟି ଆଓ୍ଵାର୍ନେସ୍ପ୍ରଣୟନ କରିବା ପାଇଁ ଅନୁରୋଧ କରି ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର୍ରଜନୀଶ ଜୈନ୍ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସାଇବର୍ସିକ୍ୟୁରିଟି ଷ୍ଟାର୍ଟ-ଅପ୍ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଶୈକ୍ଷିକ ସଂଗଠନକୁ ଉତ୍ସାହ ଦେବା, ପ୍ରୋତ୍ସାହନ ଦେବା ଏବଂ ସମ୍ମାନିତ କରିବା ସହ ହ୍ୟାକ୍ଥନ୍ଆୟୋଜନ କରିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ ଅଛି। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ କଲେଜକୁ ସଂକ୍ରାନ୍ତରେ ଅବଗତ କରାଇବାକୁ ମଧ୍ୟ କୁଳପତିମାନଙ୍କୁ ଅନୁରୋଧ କରାଯାଇଛି।ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ସାଇବର୍ସ୍ପେସ୍ହେଉଛି ଇନ୍ଫର୍ମେସନ୍ଆଣ୍ଡ୍କମ୍ୟୁନିକେସନ୍ଟେକ୍ନୋଲୋଜି’ (ଆସିଟି) ଉପକରଣ ଏବଂ ନେଟ୍ଓ୍ଵାର୍କ ସହାୟତାରେ ଚାଲୁଥିବା ଲୋକମାନଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ସଫ୍ଟ୍େଓ୍ଵର୍ ସର୍ଭିସ୍ ଏକ ଜଟିଳ ବାତାବରଣ। ତେଣୁ, ଏଥିପ୍ରତି ଅନେକ ପ୍ରକାର ଘଟଣାଦୁର୍ଘଟଣା ରହିଛି। ଏହି ଘଟଣାଦୁର୍ଘଟଣା ଉଦ୍ଦେଶ୍ୟମୂଳକ, ଆକସ୍ମିକ, ମାନବକୃତ କିଂବା ପ୍ରାକୃତିକ ହୋଇପାରେ। ସେଥିପାଇଁ ଆଜିର ନେଟ୍ଓ୍ଵାର୍କ ଦୁନିଆରେ ସାଇବର୍ସିକ୍ୟୁରିଟି ଆଓ୍ଵାର୍ନେସ୍ଚିନ୍ତାର ପ୍ରଧାନ ବିଷୟ ହୋଇଯାଇଛି ଭାରତ ସରକାର ନ୍ୟାସ୍ନାଲ୍ସାଇବର୍ସିକ୍ୟୁରିଟି ଷ୍ଟ୍ରାଟେଜିକାଗଜପତ୍ର ପ୍ରସ୍ତୁତ କରିବା ପ୍ରକ୍ରିୟା ଚଳାଇଛନ୍ତି। ସ୍କୁଲ୍ସ୍ତରରୁ ସାଇବର୍ସିକ୍ୟୁରିଟି ଆଓ୍ଵାର୍ନେସ୍ଆରମ୍ଭ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍ପାଠ୍ୟକ୍ରମରୁ ଆରମ୍ଭ ହେବାକୁ ଥିବା ଏହି ସାଇବର୍ନିରାପତ୍ତା ପଦକ୍ଷେପକ୍ରମେ ଆଗକୁ ବଢ଼ିବ ଏବଂ ଆଇଆଇଟି ଉଚ୍ଚ ଶିକ୍ଷା ସ୍ତରୀୟ ସିଲାବସ୍ରେ ଅଫେନ୍ସିଭ୍ ଡିଫେନ୍ସିଭ୍ଆଦି ଅନ୍ତର୍ଭୁକ୍ତ କରାଯିବ।

26/11/2020

Leave a Reply

Your email address will not be published. Required fields are marked *

Comments