Bikash Khabar
ଜୋରରେ ହର୍ଣ୍ଣ ମାରିଲେ ଗୋଡାଇ ଧରିବ ଆରଟିଓ

ଗାଡି ଚାଳକ ସାବଧାନ।  ଜୋରରେ ହର୍ଣ୍ଣ ବଜାଇବା ଏଣିକି ମାହାଙ୍ଗା ସାବ୍ୟସ୍ତ ହୋଇପାରେ ଜୋରରେ ହର୍ଣ୍ଣ ମାରୁଥିବା ଗାଡି ଉପରେ ପରିବହନ ବିଭାଗ ପକ୍ଷରୁ ଏବେ କଡା ନଜର ରଖାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶନିବାର ରାଜଧାନୀରେ କେତେକ ଗାଡିକୁ ଧରପଗଡ଼ କରାଯାଇଥିଲା ବିଭିନ୍ନ ଛକ, ରାସ୍ତା ଗଳିକନ୍ଦିରେ ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରାଯାଇଥିଲା ଜନଗହଳିପୂର୍ଣ୍ଣ ବାଣୀବିହାର ଓଭର ବ୍ରିଜ ନିକଟରେ ଜୋରଦାର ଚେକିଂ କରାଯାଇଥିଲା ଆରଟିଓ ପକ୍ଷରୁ ୨୫ ରୁ ଊର୍ଦ୍ଧ୍ବ ଗାଡିକୁ ଯାଞ୍ଚ କରାଯାଇଛି ଯେଉଁ ଗାଡିର ହର୍ଣ୍ଣ ୯୦  ଡେସିମିଲରୁ ଅଧିକ ସେହି ହର୍ଣ୍ଣ ଗୁଡିକୁ  ଜବତ କରିନିଆଯାଇଥିଲା। ଦୈନନ୍ଦିନ ରାଜଧାନୀର ପ୍ରମୁଖ ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଗୁଡିକ ବିକଟାଳ ହର୍ଣ୍ଣ ମାରୁଥିବାରୁ  ଧ୍ବନି ପ୍ରଦୂଷଣ ହେବା ସହ ସାଧାରଣ ଲୋକେ ନାନା ହଇରାଣ ହୋଇଥାନ୍ତି ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ରାଜଧାନୀରେ ବିକଟାଳ ଶବ୍ଦ ସୃଷ୍ଟିକରୁଥିବା ଗାଡି ଗୁଡିକ ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛି ଆରଟିଓ

07/07/2019

Leave a Reply

Your email address will not be published. Required fields are marked *

Comments