Bikash Khabar
ଆଜିଠୁ ଲାଗୁହେଲା ମୋଟର ଯାନ ସଂଶୋଧିତ ଆଇନ,ଉଲ୍ଲଙ୍ଘନକାରି ଙ୍କ ଠାରୁ ଅସୁଲ ହେବ ବହୁଗୁଣିତ ଜରିମାନା

ସେପ୍ଟେମ୍ବର ଠାରୁ ଦେଶରେ ସଂଶୋଧିତ ମୋଟର ଯାନ ଆଇନ ପ୍ରଚଳନ ହୋଇଛି। ଏଥିରେ  ଆଇନ ଉଲ୍ଲଂଘନକାରୀଙ୍କ ପାଇଁ  କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଅପ୍ରାପ୍ତ ବୟସ୍କ ପିଲା ଗାଡି ଚଳାଇଲେ ସେମାନଙ୍କ ମାତାପିତା ଯାନବାହନ ମାଲିକଙ୍କୁ ଜରିମାନା ଦେବା ସହିତ ଜେଲ ଯିବାକୁ ପଡିବ। ଦ୍ରୁତ ଗତିରେ ଗାଡି ଚଲାଇବା, ବିନା ହେଲ୍ମେଟ ମୋବାଇଲରେ କଥା ହୋଇ ଗାଡି ଚଳାଇଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ସଂଶୋଧିତ ଆଇନରେ ଜରିମାନା ରାଶିକୁ ବହୁଗୁଣା ବୃଦ୍ଧି କରାଯାଇଛି। ସାଧାରଣ ନିୟମ ଉଲ୍ଲଂଘନ କଲେ ପୂର୍ବରୁ ପ୍ରଥମ ଥର ପାଇଁ ୧୦୦ ଟଙ୍କା ଜରିମାନା କରାଯାଉଥିବା ବେଳେ ଦ୍ୱିତୀୟ ଥର ପାଇଁ ୩୦୦ ଟଙ୍କା ହେଉଥିଲା। ସେପ୍ଟେମ୍ବର ପହିଲାରୁ ଏହା ଯଥାକ୍ରମେ ୫୦୦ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡ୍ରାଇଭିଂ ନିୟମ ଉଲ୍ଲଂଘନ କଲେ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିନା ଟିକେଟରେ ଯାତ୍ରା କଲେ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ପରିବହନ କର୍ତ୍ତୃପକ୍ଷଙ୍କ ନିୟମକୁ ଅବମାନନା କଲେ ୫୦୦ ବଦଳରେ ହଜାର, ଜାଣିଶୁଣି ସୂଚନା ଦେଲେ ୫୦୦ରୁ ହଜାର, ଅନ୍ୟକୁ ଗାଡି ଚଳାଇବାକୁ ଦେଲେ ହଜାରରୁ ହଜାର, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫୦୦ରୁ ହଜାର, ଅଯୋଗ୍ୟ ଘୋଷିତ ପରେ ଗାଡି ଚଳାଇଲେ ୫ରୁ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। କଣ୍ଡକ୍ଟର ଲାଇସେନ୍ସ ଅପରାଧ ମାମଲା ପାଇଁ ୧୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏହି ସଂଶୋଧିତ ଆଇନରେ କେତେକ ନୂତନ ଜରିମାନାର ବ୍ୟବସ୍ଥା କରାଯାଇଛି। ମୋଟର ଯାନ ଆଇନ ସପ୍ତମ ପରିଚ୍ଛେଦକୁ ଉଲ୍ଲଂଘନ କରି ଯାନବାହନ ବିକ୍ରି କଲେ ନିର୍ମାତା, ଡିଲରଙ୍କ ଉପରେ ପ୍ରତ୍ୟେକ ଗାଡି ପିଛା ଲକ୍ଷ ଟଙ୍କାର ଜରିମାନା କରାଯିବ। ସେହିପରି ଯଦି ଗାଡି ନିର୍ମାତା ଆଇନକୁ ଉଲ୍ଲଂଘନ କରିବେ ତେବେ ତାଙ୍କୁ ୧୦୦ କୋଟି ଟଙ୍କା, ବିପଦପୂର୍ଣ୍ଣ ଗାଡିକୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ବିକ୍ରି କଲେ ଲକ୍ଷ, ଆଇନ ବିରୋଧରେ ଗାଡିର କୌଣସି ଯନ୍ତ୍ରାଂଶକୁ ବଦଳାଇଲେ ପ୍ରତିବଦଳ ଅଂଶ ପାଇଁ ହଜାର, ଅଣପଞ୍ଜୀକୃତ ଏବଂ ଗାଡିର ଫିଟ୍ନେସ ଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ହାଲୁକା ଯାନକୁ ଦ୍ରୁତ ଗତିରେ ଚଳାଇଲେ ହଜାର ବଦଳରେ ହଜାର, ଯାତ୍ରୀବାହୀ ଗାଡିକୁ ଅତ୍ୟଧିକ ବେଗରେ ଚଳାଇଲେ ହଜାର, ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କଲେ ହଜାର ପରିବର୍ତ୍ତେ ୧୦ ହଜାର, ଟ୍ରାଫିକ୍ରେ ନାଲିବତି ଉଲ୍ଲଂଘନ, ବନ୍ଦ ଥିବା ବେଳେ ଯିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର, ନୋ ଓଭର ଟେକିଂ ଜୋନରେ ଓଭରଟେକ କରିବା, ଯାନବାହନର ବିପରୀତ ଦିଗରୁ ଗାଡି ଚଳାଇବା, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ପ୍ରଥମ ଥର ପାଇଁ ହଜାର ଦ୍ୱିତୀୟ ଥର ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ମଦ୍ୟପାନ କରି ଗାଡି ଚଳାଇଲେ ହଜାର ବଦଳରେ ୧୫ ହଜାର, ମାନସିକ ଶାରୀରିକ ଅସୁସ୍ଥ ବ୍ୟକ୍ତି ଗାଡି ଚଳାଇବା ପାଇଁ ୫୦୦ରୁ ହଜାର, ଦୁର୍ଘଟଣା ଘଟାଇବା ପାଇଁ ହଜାରରୁ ୧୦ ହଜାର, ରେସିଂ ସ୍ପିଡ୍ରେ ଗାଡି ଚଳାଇଲେ ୫୦୦ରୁ ୧୦ ହଜାର, ଅସୁରକ୍ଷିତ ଯାନକୁ ଚଳାଇବା ପାଇଁ ହଜାରରୁ ୧୫୦୦, ବାୟୁ ଶବ୍ଦ ପ୍ରଦୂଷଣ ପାଇଁ ହଜାରରୁ ୧୦ ହଜାର, ଶରୀର କିମ୍ବା ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ ହଜାରରୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଯାନବାହନରେ ବିସ୍ଫୋରକ ସାମଗ୍ରୀ ନେବା ପାଇଁ ହଜାରରୁ ୧୦ ହଜାର, ବିନା ସିଟ୍ବେଲ୍ଟରେ ଗାଡି ଚଳାଇଲେ ହଜାର, ଦୁଇଚକିଆ ଯାନରେ ଦୁଇଜଣରୁ ଅଧିକ ଗଲେ ହଜାର, ବିନା ହେଲ୍ମେଟରେ ଗାଡି ଚଳାଇଲେ ହଜାର, ବିନା ପଞ୍ଜୀକରଣରେ ଗାଡି ଚଳାଇଲେ ୧୦ ହଜାର, ବିନା ଅନୁମତିରେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ। ସେହିପରି ଗାଡି ପଞ୍ଜୀକରଣ ପାଇଁ ଆବେଦନ କରି କିମ୍ବା ଜାଲ କାଗଜପତ୍ର କରି ଗାଡି ବିକିଲେ ଡିଲରଙ୍କୁ ୧୫ଗୁଣା ଟିକସ ଆକାରରେ ଜରିମାନା ଦେବାକୁ ହେବ। ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ପ୍ରତି ଟନ ପିଛା ହଜାର, ଅଧିକ ଯାତ୍ରୀ ନେଲେ ପ୍ରତି ଯାତ୍ରୀ ପିଛା ୨୦୦ ଟଙ୍କା ଜରିମାନା ଆକାରରେ ଦେବାକୁ ପଡିବ। ଏହିପରି ଆହୁରି ଅନେକ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ମୋଟର ଯାନ ଆଇନଆଜି ଠାରୁ ଅର୍ଥାତ  ସେପ୍ଟେମ୍ବର ପହିଲାରୁ  ଲାଗୁ ହୋଇଛି

01/09/2019

Leave a Reply

Your email address will not be published. Required fields are marked *

Comments