ଘରର ଚାରିକାନ୍ଥ ସରହଦ ମଧ୍ୟରେ ନିଜକୁ ଆବଦ୍ଧ କରିନରଖି ସ୍ୱପ୍ନରେ ଡେଣା ଲଗାଇ ଏବେ ଉଡ଼ିଲେଣି ଆମ ଝିଅ ମାନେ। ନାରୀ ଆଉ ଅବଳା ଦୁର୍ବଳା ନୁହେଁ ଏହା ବାରମ୍ବାର ପ୍ରମାଣିତ କରି ଆଗକୁ ବଢୁଛନ୍ତି ମହିଳା ମାନେ । ଏଭଳି ନାରୀ ସଶକ୍ତିକରଣ ଯୁଗରେ ଲକ୍ଷ୍ନୌର ଝିଅ ରିତୁ କରିଧାଲ ଶ୍ରୀବାସ୍ତବ ମହାକାଶକୁ ଛୁଇଁବାକୁ ପ୍ରୟାସ କରୁଛନ୍ତି । ଲକ୍ଷ୍ନୌ ସହରରେ ବଢିଥିବା ରିତୁ ଚନ୍ଦ୍ରୟାନ-2 ମିଶନର ନିର୍ଦ୍ଦେଶିକା ଅଛନ୍ତି । ରକେଟ ମହିଳା ନାଁରେ ଋତୁଙ୍କ ରହିଛି ଏକ ନିଆରା ପରିଚୟ । ଲକ୍ଷ୍ନୌର ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିବା ରିତୁଙ୍କ ମାତା ପିତାଙ୍କ ଲକ୍ଷ୍ୟ ଝିଅର ପାଠ ପଢା ଉପରେ ଥିଲା । ପାଠ ପଢିବା ସହିତ ମୋତେ ତାର ମାନଙ୍କ ବିଷୟରେ ଅଧିକ ଜାଣିବାର ଇଛା ଥିଲା ବୋଲି ଋତୁ କହନ୍ତି । ଅନ୍ଧକାରର ଆର ପାର୍ଶ୍ବରେ କଣ ରହିଛି ତାହା ଜାଣିବାକୁ ମୋର ପ୍ରବଳ ଇଛା ପିଲାଟି ଦିରୁ ଥିଲା । ବିଜ୍ଞାନ କେବଳ ଗୋଟିଏ ବିଷୟ ନୁହେଁ ଏଥିରେ ଦୃଢ ଇଚ୍ଛାଶକ୍ତି ନିହିତ ରହିଛି ବୋଲି ରିତୁ ମନେକରନ୍ତି । ସେହି ଦୃଢ଼ ଇଛାଶକ୍ତି ମୋତେ ଏ ବାବଦରେ ଅଧିକ ଦୂର ପର୍ଯ୍ୟନ୍ତ ନେଇଯାଇଥିଲା । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ଇସ୍ରୋ ପର୍ଯ୍ୟନ୍ତ ଦୂର ଯାତ୍ରା ସହଜ ଓ ସମ୍ଭବ ହୋଇପାରିଥିଲା । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିବା ରିତୁ ଗେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସରୁ ଏୟାରଫୋର୍ସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ରିତୁ 1997ରୁ ଇସ୍ରୋ ସହ ଯୋଡି ରହିଥିବା ବେଳେ ମଙ୍ଗଳଯାନ ମିସନ ସମୟରେ ଡେପୁଟି ଅପରେସନ ନିର୍ଦ୍ଦେଶିକା ରହିଥିଲେ । ଏବେ ସେ ଚନ୍ଦ୍ରୟାନ-2ରେ ମିଶନ ନିର୍ଦ୍ଦେଶିକା ଅଛନ୍ତି ।
14/06/2019