Bikash Khabar
ଜଙ୍ଗଲ ବିଭାଗ ଭିଡିଲା ଅଣ୍ଟା,ଆୟୋଜିତ ହେଲା ମହାନଦୀ ର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିପିଆର ପ୍ରସ୍ତୁତି କର୍ମଶାଳା

ମହାନଦୀ ଶୁଖୁଛି ମାନବୀୟ ସ୍ୱାର୍ଥ ପାଇଁ ମହାନଦୀ ସମେତ ଦେଶର ବହୁ ନଦୀ ପରିସଂସ୍ଥା ଏବେ ବିପଦରେ ଏଭଳି ସ୍ଥିତିରେ ଦେଶର ପ୍ରମୁଖ ୧୩ଟି ନଦୀର ସଂରକ୍ଷଣ ପୁନରୁଦ୍ଧାର ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆଗକୁ ଆସିଛି ଏହି ୧୩ଟି ମଧ୍ୟରେ ଓଡ଼ିଶାର ମହାନଦୀ ଆନ୍ଧ୍ର ଗୋଦାବରୀ ନଦୀ ରହିଛି। ଉଭୟ ନଦୀର ପୁନରୁଦ୍ଧାର ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି। ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପ୍ରସ୍ତୁତି ନିମନ୍ତେ ସୋମବାର  ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ରାଞ୍ଚିସ୍ଥିତ ଜଙ୍ଗଲ ଉତ୍ପାଦିକତା ପ୍ରତିଷ୍ଠାନକୁ ମହାନଦୀର ଡିପିଆର୍ଏବଂ ହାଇଦ୍ରାବାଦସ୍ଥିତ ଜଙ୍ଗଲ ଜୈବ ବିବିଧତା ପ୍ରତିଷ୍ଠାନକୁ ଗୋଦାବରୀର ଡିପିଆର୍ ପ୍ରସ୍ତୁତି ଦାୟିତ୍ବ ଦିଆଯାଇଛି। ଜଙ୍ଗଲ ବିଭାଗ ସହଯୋଗରେ ଏହି ଦୁଇଟି ସଂସ୍ଥା ପକ୍ଷରୁ କର୍ମଶାଳାର ୟୋଜନ କରାଯାଇଥିଲା। ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଥିଲା, ସମତଳ ଅଞ୍ଚଳରେ ଜଳ ନିଷ୍କାସନ, ପୃଥିବୀ ପୃଷ୍ଠରେ ଜୀବଜଗତ ଉଦ୍ଭିଦ ଜଗତ ଏବଂ ସମସ୍ତ ପ୍ରାଣୀଙ୍କ ବାସସ୍ଥାନ, ଖାଦ୍ୟଯୋଗାଣ, କୃଷି ପାଇଁ ଉର୍ବର ସମତଳ ଜମି ଯୋଗାଇ ଦେବା ତଥା ଜଳ ବିଦ୍ୟୁତ ଶକ୍ତି ସୃଷ୍ଟି ପାଇଁ ନଦୀଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। କିନ୍ତୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନଦୀ ଅବବାହିକାରେ ବ୍ୟାରେଜ୍ ଡ୍ୟାମ୍ ନିର୍ମାଣ, ବାଲି ପଥର ଖନନ, ରାସ୍ତା ନିର୍ମାଣ ସଫେଇ କାର୍ଯ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ, ଜଳବିଦ୍ୟୁତ ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଜଳ, ଜଳଗ୍ରହଣ ଅଞ୍ଚଳରେ ଜଙ୍ଗଲ କ୍ଷୟ ଯୋଗୁଁ ନଦୀଗୁଡ଼ିକର ଜଳପ୍ରବାହ ବ୍ୟାହତ ହେବା ସହ ନଦୀ ଜଳ ନିମ୍ନମାନର ହୋଇଯାଉଛି। ତେଣୁ ନଦୀଗୁଡ଼ିକର ସଂରକ୍ଷଣ ପୁନରୁଦ୍ଧାରର ଆବଶ୍ୟକତା ରହିଛି।ବରିଷ୍ଠ ବିଭାଗୀୟ ଅଧିକାରୀ ପ୍ରଦୀପ ଜେନା ଙ୍କ ସମେତ ପି କେ ମାଥୁର୍, ଶରତ ତିୱାରୀ,ପି କେ ଦାସ  ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କେ ପାଠକ ପ୍ରମୁକୟଃ ଯୋଗଦାନ କରି ମହାନଦୀ ଅବବାହିକାରେ ଥିବା ଜଙ୍ଗଲ ସମ୍ପର୍କରେ ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନରେ ପି ଏଚ୍ ଚୌହାନ, ଆର୍ ଜୌହେରୀ, ଏସ୍ ପଟ୍ଟନାୟକ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।ଏହା ଦ୍ୱାରା  ଆଗାମୀ ଦିନରେ ମହାନଦୀର ପରିସଂସ୍ଥାକୁ ପୁନଃର୍ଜିବିତ କରାଯାଇପାରିବାର ଆଶା ସଂଚାର ହୋଇଛି

11/06/2019

Leave a Reply

Your email address will not be published. Required fields are marked *

Comments