Bikash Khabar
ଅଣଦେଖା ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦେଶ,ବଢିଚାଲିଛି ରାଜ୍ୟରେ ସଡ଼କ ଦୁର୍ଘଟଣା

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସୁପ୍ରିମ କୋର୍ଟଙ୍କ ମାର୍ଗଦର୍ଶିକା କୁ ପାଳନ କରୁନାହାନ୍ତି ରାଜ୍ୟସରକାର ପ୍ରତିଦିନ ରାଜ୍ୟର ବିଭିନ୍ନ ସଡ଼କରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଚାଲି ଏହା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ୨୦୧୭ ତୁଳନାରେ ୨୦୧୮ ମସିହାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା  ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଗତ ଛଅ ମାସ ମଧ୍ୟରେ ଏହି ହାର .୭୯ ପ୍ରତିଶତକୁ ବୃଦ୍ଧି ପାଇଛି ବିଶେଷ କରି ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର କୋରାପୁଟରେ ଦୁର୍ଘଟଣା ଜନିତ ମୃତ୍ୟୁ  ସଂଖ୍ୟା ସର୍ବାଧିକ ରହିଥିବା ଜଣାପଡ଼ିଛି ୨୦୧୮ ମସିହାରେ ଦେଶରେ ଲକ୍ଷ ୪୯ ହଜାର ଲୋକଙ୍କ ସଡ଼କ ଉପରେ ମୃତ୍ୟୁ ଘଟିଥିବା ବେଳେ   ଓଡ଼ିଶାରେ ୫୩୧୫ ଜଣଙ୍କ ଜୀବନ ଯାଇଛି ପ୍ରାୟ ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଥିବା ଜଣାଯାଇଛି। ଦୁର୍ଘଟଣାର ଭୟାବହତାକୁ ଲକ୍ଷ୍ୟରେ ରଖି ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଗଠିତ କମିଟି ଆଗାମୀ ୨୦୨୦ ସୁଦ୍ଧା ମୃତ୍ୟୁ  ହାର ୫୦ ପ୍ରତିଶତ କମାଇବା ଏବଂ ପ୍ରତିବର୍ଷ ପୂର୍ବବର୍ଷ ତୁଳନାରେ ୧୦ ପ୍ରତିଶତ ମୃତ୍ୟୁ  ହାର କମାଇବା ଲାଗି ନିର୍ଦେଶ  ଦେଇଥିଲେ କିନ୍ତୁ ରାଜ୍ୟରେ ଦୁର୍ଘଟଣାଜନିତ  ମୃତ୍ୟୁ ହାର କମିବା ପରିବର୍ତ୍ତେ ବଢିବାରେ ଲାଗିଛି

ଏନେଇ ନିକଟରେ  ସଚିବାଳୟରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁର୍ଘଟଣା ଜନିତ ମୃତ୍ୟୁହାର  କମାଇବା ପାଇଁ ବେପରୁଆ ଗାଡ଼ିଚାଳନା କ୍ଷେତ୍ରରେ ନିୟମିତ ଚଢଉ, ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଗଠିତ କମିଟି ଦ୍ୱାରା ପ୍ରଣୀତ ନିର୍ଦେଶାବଳୀର  ଅନୁପାଳନ, ଜିଲ୍ଲାସ୍ତରରେ ପ୍ରତିମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଏବଂ ଦୁର୍ଘଟଣା ଘଟିଲେ ଏକ ଘଣ୍ଟା ମଧ୍ୟରେ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି ସମୀକ୍ଷାରୁ ଜଣାପଡ଼ିଛି ଯେ, ବେପରୁଆ ଗାଡ଼ିଚାଳନା ଯୋଗୁଁ ୬୬ ପ୍ରତିଶତ ଦୁର୍ଘଟଣା ଘଟିଥିବା ବେଳେ ମଦ୍ୟପାନ କରି ଗାଡ଼ିଚାଳନା ଯୋଗୁଁ ୧୧ ପ୍ରତିଶତ, ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ରତିଶତ, ଗାଡ଼ିଚାଳନା ବେଳେ ମୋବାଇଲ ଫୋନର ବ୍ୟବହାର ଯୋଗୁଁ ପ୍ରତିଶତ ଏବଂ ଟ୍ରାଫିକ ପଏଣ୍ଟରେ ନାଲିବତୀ ଜଳୁଥିବା ସମୟରେ ରାସ୍ତା ପାର ହୋଇ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟିଛି

09/07/2019

Leave a Reply

Your email address will not be published. Required fields are marked *

Comments