Bikash Khabar
ସ୍ୱୟଂ ସହାୟକ ଦଳର ସଦସ୍ୟାଙ୍କୁ ମିଳିବ ମୁଦ୍ରା ଯୋଜନାରେ ଲକ୍ଷେ ଟଙ୍କାର ଋଣ ସହାୟତା

ଶୁକ୍ରବାର ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର  ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ନାରୀ ନୁହେଁ ତୁ ନାରାୟଣୀ ଆମ ମନ୍ତ୍ର, ମହିଳାଙ୍କ ପ୍ରଗତିରେ ଦେଶର ପ୍ରଗତି ବୋଲି ଆମ ସରକାର ବିଶ୍ୱାସ କରେ। ବଜେଟରେ ଏସ୍ଏଚଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ହଜାର ଟଙ୍କା ଯାଏ ଓଭରଡ୍ରାଫ୍ଟ ସୁଯୋଗ ମଧ୍ୟ ରହିଛି। ସେହିପରି ୨୦୨୨ ସୁଦ୍ଧା ଉଜ୍ଜଳା ଯୋଜନାରେ ୭କୋଟି ମହିଳାଙ୍କୁ ଗ୍ୟାସ୍କନେକ୍ସନ ଯୋଗାଇଦିଆଯିବ। ମହିଳାଙ୍କୁ ସଶକ୍ତ କରିବା ପାଇଁ ମୋଦି ସରକାର ବିଭିନ୍ନ ଯୋଜନାରେ ପ୍ରାଥମିକତା ଦେଉଥିବା ଅର୍ଥମନ୍ତ୍ରୀ ନିଜ ବକ୍ତବ୍ୟରେ ସୁଚାଇଥିଲେ

06/07/2019

Leave a Reply

Your email address will not be published. Required fields are marked *

Comments