Bikash Khabar
ଆରଟିଓ ଅଫିସ ହେବ ଦଲାଲମୁକ୍ତ

 ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଅଟୋ ଚାଳକ ଟାକ୍ସିଚାଳକମାନେ ପ୍ରତିଦିନ ତଣ୍ଡ ଗଣୁଛନ୍ତି। ଏହାକୁ ପ୍ରତିବାଦ କରି ଆଜି ସଚିବାଳୟରେ ଅଟୋ ଚାଳକ ମହାସଂଘ ଟାକ୍ସି ଚାଳକ ମହାସଂଘ ପ୍ରତିନିଧି ପରିବହନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଆଇନ ଉଲଂଘନ କରିଥିବା ଅଭିଯୋଗରେ ଅଟୋ ଚାଳକ ଟାକ୍ସି ଚାଳକଙ୍କ ଉପରେ ଏକାଧିକ ଜରିମାନା ବଦଳରେ ଗୋଟିଏ ପ୍ରକାର ଜରିମାନା ଆଦାୟ କରିବାକୁ ଉଭୟ ସଂଘ ଦାବି କରିଛି। ଏହା ସହିତ କଡ଼ାକଡ଼ି ଯା଼ଞ୍ଚକୁ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ଦାବି କରାଯାଇଛି। ନୂତନ ମୋଟର ଯାନ କେନ୍ଦ୍ରୀୟ ଆଇନ ହୋଇଥିବାରୁ ଏହାକୁ କୋହଳ କରିବା ସମ୍ଭବ ନୁହେଁ ବୋଲି ପରିବହନ ସଚିବ ରୋକଠୋକ କହିବା ସହ ଅଟୋ ଟାକ୍ସି ଚାଳକଙ୍କୁ କାଗଜପତ୍ର ଠିକ୍ କରିବାକୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଏକ ଟୋଲ ଫ୍ରି ନମ୍ବର କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି। ମୋଟର ଯାନ ଆଇନ କଡ଼ାକଡ଼ି ଯାଞ୍ଚକୁ ବିରୋଧ କରି ପରିବହନ ସଚିବଙ୍କ ସହ ଆଲୋଚନା ପରେ ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘ ନିଖିଳ ଓଡ଼ିଶା ଟାକ୍ସି ଚାଳକ ମହାସଂଘ ସଭାପତି ସୁବାସ ସିଂହ କହିଥିଲେ, ନୂତନ ମୋଟର ଆଇନ କାର୍ଯ୍ୟକାରୀ ହେବା ଫଳରେ ଅଟୋଚାଳକଙ୍କ ଉପରେ ମାତ୍ରାଧିକ ଜରିମାନା ଧାର୍ଯ୍ୟ କରାଯାଉଛି। ଫଳରେ ସେମାନଙ୍କ ଜୀବିକା ପ୍ରଭାବିତ ହେଉଛି। ଆଇନ ଅନୁଯାୟୀ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ କରିବାକୁ ଅଧିକ ସମୟ ମଗାଯାଇଛି।

08/09/2019

Leave a Reply

Your email address will not be published. Required fields are marked *

Comments