Bikash Khabar
୨୪ଘଣ୍ଟିଆ ହେବ ସହିଦ ନଗର ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ

୨୪ଘଣ୍ଟିଆ କାର୍ଯ୍ୟକାରୀ ହେବ ସହିଦନଗରସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ। ଉଭୟ ସହର ଜାତୀୟ ରାଜପଥରେ ରାତିରେ ହେଉଥିବା ଦୁର୍ଘଟଣାରେ ପ୍ରାଣ ହରାଉଥିବା ପ୍ରାଣୀଧନକୁ ବଞ୍ଚାଇବାକୁ ରାତିରେ ଏହାକୁ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ସହିଦନଗରସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ(ଡିସପେନସାରି ହେଲ୍ପଲାଇନ) ଏବେ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ଏଠାରେ ରାସ୍ତାଘାଟରେ ଦୁର୍ଘଟଣାର ଶିକାର ହେଉଥିବା ବୁଲା ଗୋରୁଙ୍କ ସହ ଘରୋଇ ପୋଷା କୁକୁର ବିଲେଇଙ୍କର ମଧ୍ୟ ଚିକିତ୍ସା କରାଯାଉଛି। ଏଥିପାଇଁ ହେଲ୍ ଲାଇନ୍ ନମ୍ବର (୦୬୭୪୨୫୪୦୯୨୪) ରହିଛି। ଏହି ନମ୍ବରରେ ରାଜଧାନୀର କୌଣସି ଅଞ୍ଚଳରୁ ଗୋରୁଙ୍କ ଦୁର୍ଘଟଣାଜନିତ ଖବର ଆସିଲେ ପ୍ରାଣୀ ଚିକିତ୍ସକ ସେଠାକୁ ଯାଇ ସେମାନଙ୍କ ଚିକିତ୍ସା କରୁଛନ୍ତି। ତେବେ ଜାତୀୟ ରାଜପଥରେ ରାତି ସମୟରେ ଅନେକ ଦୁର୍ଘଟଣାରେ ବୁଲା ଗୋରୁ ପ୍ରାଣ ହରାଉଛନ୍ତି। ତେବେ ରାତି ୧୦ଟା ପରେ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହୁଥିବାରୁ ପ୍ରାଣୀଧନଙ୍କୁ ବଞ୍ଚାଇବା ସମ୍ଭବ ହେଉନାହିଁ। ତେଣୁ ପ୍ରାଣୀ ଚିକିତ୍ସାଳୟକୁ ୨୪ ଘଣ୍ଟିଆ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ଫଳରେ ରାତିରେ ମଧ୍ୟ ଗୋରୁଙ୍କ ଚିକିତ୍ସା ସମ୍ଭବ ହୋଇପାରିବ।

12/01/2020

Leave a Reply

Your email address will not be published. Required fields are marked *

Comments