Bikash Khabar
ବାୟୋମେଟ୍ରିକ୍‌ ଉପସ୍ଥାନ ନଥିଲେ ଦରମା ବନ୍ଦ

ବାରମ୍ବାର କହିବା ସତ୍ୱେ ବି ଶୁଣୁନାହାନ୍ତି କଲେଜ କର୍ତ୍ତୃପକ୍ଷ। ଦୁଇଦୁଇ ଥର  କଲେଜରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ସୁନ୍ଦର ଲାଲ ସିଲ  ନିର୍ଦେଶଦେବା  ସତ୍ୱେ କଲେଜ କର୍ତ୍ତୃପକ୍ଷ ପାଳନ କରିନାହାନ୍ତି  ଏବେ ଚୂଡାନ୍ତ ନିଷ୍ପତ୍ତି ହୋଇଛି  ଯଦି କଲେଜ ଅଧ୍ୟାପକ କର୍ମଚାରୀଙ୍କ ବାୟୋମେଟ୍ରିକ୍ଉପସ୍ଥାନ ନଥିବ, ତେବେ ଆସନ୍ତା ଅଗଷ୍ଟ ମାସରୁ ଦରମା ବନ୍ଦ ସୂଚନା ଅନୁଯାୟୀ, ରାଜ୍ୟରେ ସରକାରୀ, ଅନୁଦାନପ୍ରାପ୍ତ ବେସରକାରୀ, ସେଲ୍ଫ ଫାଇନାନ୍ସିଂ ଆଦି ବର୍ଗର ୧୬୩୧ଟି ଯୁକ୍ତ୨ କଲେଜ ରହିଛି।ସେଥିମଧ୍ୟରୁ ୮୫୩ଟି କଲେଜରେ ବାୟୋମେଟ୍ରିକ୍ମେସିନ୍ଲାଗିଛି। ଆହୁରି ୭୦୦ରୁ ଅଧିକ କଲେଜ ଏପର୍ଯ୍ୟନ୍ତ ଲଗାଇ ନାହାନ୍ତି। ସେଲ୍ ଫାଇନାନ୍ସିଂ କଲେଜଗୁଡ଼ିକ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇଛନ୍ତି। ବାୟୋମେଟ୍ରିକ୍ମେସିନ୍ମାଧ୍ୟମରେ ଅଧ୍ୟାପକ କର୍ମଚାରୀଙ୍କ ଉପସ୍ଥାନ ନିଆଯାଉଛି। ତେବେ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ପଦକ୍ଷେପ ନେଉଥିବାରୁ ଏଥର କଡ଼ା ଚେତାବନୀ ଦେଇଛନ୍ତି ନିର୍ଦେଶାଳୟ ନିର୍ଦେଶକ ଶ୍ରୀ ସିଲ୍ ୨୦୧୯-୨୦ ଶିକ୍ଷାବର୍ଷ ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ବାୟୋମେଟ୍ରିକ୍ଲଗାଇବା ନେଇ ସୁନିଶ୍ଚିତ କରାଇବାକୁ କୁହାଯାଇଛି। ଆହୁରି କୁହାଯାଇଛି ଯେ ପ୍ରତି କର୍ମଚାରୀଙ୍କର ତିନି ମାସର ଦରମା ସହ ବାୟୋମେଟ୍ରିକ୍ଉପସ୍ଥାନ ସଂଯୋଗ ରହିବ। ଯେଉଁ ଅଧ୍ୟାପକ କର୍ମଚାରୀଙ୍କ ବାୟୋମେଟ୍ରିକ୍ଉପସ୍ଥାନ ନଥିବ, ସେମାନଙ୍କ ଦରମା ଆପେ ବନ୍ଦ ହୋଇଯିବ।

10/07/2019

Leave a Reply

Your email address will not be published. Required fields are marked *

Comments