Bikash Khabar
ସମ୍ବଲପୁର ରେଳ ଷ୍ଟେସନ ହେଲା ଦେଶର ଦ୍ୱିତୀୟ ପ୍ଲାଷ୍ଟିକ ମୁକ୍ତ ଷ୍ଟେସନ

ସମ୍ବଲପୁର ରେଳ ଷ୍ଟେସନକୁ ଗୁରୁବାର ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଛି। ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ। ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, ଭାରତ ସ୍କାଉଟସ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ଷ୍ଟେସନ କର୍ମଚାରୀମାନେ ଏକ ଶପଥ ଗ୍ରହଣ ଉତ୍ସବରେ ଭାଗ ନେଇ ସମ୍ବଲପୁର ଷ୍ଟେସନରେ ଥରେ ଉପଯୋଗୀ ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରିବାକୁ ଶପଥ ନେଇଥିବା ବେଳେ ଅନ୍ୟମାନଙ୍କୁ ଏଠାରେ ପ୍ଲାଷ୍ଟିକ ବ୍ୟବହାର କରିବାକୁ ସଚେତନତା ସୃଷ୍ଟି କରାଇବେ। ବହୁ ସଂଖ୍ୟାରେ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସମ୍ବଲପୁର ଷ୍ଟେସନଠାରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶପଥ ନେଇଥିଲେ। ସମ୍ବଲପୁର ରେଳ ଷ୍ଟେସନ, ରେଳବାଇ କାର୍ଯ୍ୟଳୟ ପରିସର ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରିବାକୁ ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼. ଜୟଦୀପ ଗୁପ୍ତା ଉଦବୋଧନ ଦେଇ ପରିବେଶ ପ୍ରତି ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ତାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟସ ଗାଇଡ଼ସ ଏବଂ ଏନ.ସି.ସି. ସ୍ବେଛାସେବୀ, ସ୍କୁଲ ଛାତ୍ର ଛାତ୍ରୀ, ବେସରକାରୀ ସଂସ୍ଥା, ରେଳ ଯାତ୍ରୀ, ଭେଣ୍ଡର, ସ୍ୱୀକୃତିପ୍ରାପ୍ତ କୁଲି, ସଫାଈ କର୍ମଚାରୀ ଏବଂ ବରିଷ୍ଠ ନାଗରିକମାନେ ଏକ ରାଲି ଆୟୋଜନ କରି ରେଳଯାତ୍ରୀ ରେଳ ବ୍ୟବହାରକାରୀ ଏବଂ ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ସମ୍ବନ୍ଧରେ ସଚେତନତା କରାଇଥିଲେ।

29/08/2019

Leave a Reply

Your email address will not be published. Required fields are marked *

Comments