Bikash Khabar
ଖଇରା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଉଦେଶ୍ୟରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି ଆଉ ଏହି କ୍ଷମତାର ପ୍ରୟୋଗ କରି ବାଲେଶ୍ଵର ଖଇରା ପଞ୍ଚାୟତର ସରପଞ୍ଚ ନିଜ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ପଞ୍ଚାୟତର ସରପଞ୍ଚ ସୁଦର୍ଶନ ସେଠୀ ଆଜି ସକାଳ ଟାରୁ ଆସନ୍ତା ୧୪ ତାରିଖ ସକାଳ ଟା ଯାଏଁ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ଆଜିଠାରୁ ସୁରତ, ତାମିଲନାଡୁ, ମହାରାଷ୍ଟ୍ର ବେଙ୍ଗାଲୁରୁରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସେ କହିଛନ୍ତି ସୂଚନାଯୋଗ୍ୟ ଯେ ପୂର୍ବରୁ ଗଂଜାମ ଜିଲାର ଜଣ ସରପଞ୍ଚ ଏଭଳି କ୍ଷମତାର ପ୍ରୟୋଗ କରି ଚର୍ଚାକୁ ଆସିଛନ୍ତି  ମାଣତାରା ,ମନ୍ଦାର ମଧୁପାଲି ପଂଚାୟତ ପରେ ଏବେ ଖଇରା ପଂଚାୟତ ନିଜ କ୍ଷମତାର ପ୍ରୟୋଗ କରିଛନ୍ତି 

12/05/2020

Leave a Reply

Your email address will not be published. Required fields are marked *

Comments