Bikash Khabar
ବ୍ରହ୍ମପୁର ସରସ୍ବତୀ ବିଦ୍ୟା ମନ୍ଦିରର ଶ୍ରେଷ୍ଠ ପ୍ରଦର୍ଶନ : ୫୬ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ

 ପ୍ରତିବର୍ଷ ଭଳି ଏଥର ମଧ୍ୟ ମାଟ୍ରିକ ପରୀକ୍ଷାରେ ବ୍ରହ୍ମପୁରସ୍ଥିତ ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟାମନ୍ଦିର ରାଜ୍ୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ୨୮ବର୍ଷ ଧରି ଶତପ୍ରତିଶତ ସଫଳତା ହାରକୁ ଏଥର ପୁଣି ଦୋହରାଇଛି। ଏଥିସହ ରାଜ୍ୟର ଏକମାତ୍ର ଅନୁଷ୍ଠାନ ଭାବେ ସର୍ବାଧିକ ୫୬ଜଣ ପରୀକ୍ଷାର୍ଥୀ - ଗ୍ରେଡ଼୍ (୯୦ %ବା ତଦୁର୍ଦ୍ଧ୍ବ ମାର୍କ) ଏବଂ ୩୦୭ଜଣ ପ୍ରଥମ ଶ୍ରେଣୀରେ (୬୦%ବା ତଦୁର୍ଦ୍ଧ୍ବ ମାର୍କ)ରେ ଉତ୍ତୀର୍ଣ୍ଣ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନର ମୋଟ ୩୪୫ ଜଣ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ୯୬ଜଣ ୭୦-୭୯ ପ୍ରତିଶତ ମାର୍କ, ୪୩ଜଣ ୬୦ରୁ ୬୯ ପ୍ରତିଶତ ମାର୍କ ରଖିଛନ୍ତି ରୁଦ୍ର ପ୍ରସାଦ ରଥ ସର୍ବାଧିକ ୫୭୭(୯୬.୧୬%)ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜିତ୍ ଦଳାଇ ୫୭୫ (୯୫.୮୩% ) ମାର୍କ ରଖି ଦ୍ବିତୀୟ, ଆଶୁତୋଷ ପାଢ଼ୀ ୫୭୧ (୯୫.୧୬)ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି।

30/07/2020

Leave a Reply

Your email address will not be published. Required fields are marked *

Comments