Bikash Khabar
ବଦଳୁଛି ସାଉଦି ଆରବ ରେ ମହିଳାଙ୍କୁ ନେଇ ଥିବା ଦୃଷ୍ଟିଭଙ୍ଗୀ

ସାଉଦି ଆରବ ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଏଣିକି ପରିବାର ପୁରୁଷଙ୍କ ଅନୁମତି ବିନା ବିଦେଶ ଯାତ୍ରା ପାଇଁ ଅନୁମତି ମିଳିପାରିବ ଏଥିପାଇଁ ଶୁକ୍ରବାର ସାଉଦି ଆରବରେ ନୂଆ ନିୟମ ଅଣାଯାଇଛି। ଆଗରୁ ଷ୍ଟାଡିୟମରେ ପ୍ରବେଶ ପୂର୍ବକ ଖେଳ ଦେଖିବା,ଗାଡି ଚାଳନା କରିବା ସିନେମା ଦେଖିବା ପାଇଁ ନିୟମ ଅଣାଯାଇଥିଲାଏହି ନିୟମ ଅନୁସାରେ ୨୧ ବର୍ଷ ବୟସରୁ ଊର୍ଦ୍ଧ୍ବ ମହିଳାଙ୍କୁ ଆଉ ପାସପୋର୍ଟ ବିଦେଶ ଯାତ୍ରା ପାଇଁ ଆବେଦନ କରିବାକୁ ପୁରୁଷ ଅଭିଭାବକଙ୍କ ଅନୁମତି ଲୋଡାନାହିଁ। ଅର୍ଥାତ ସାଉଦି ଆରବ ଏବେ ପୁରୁଷ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ କରିଛି। ଏହି କ୍ରମରେ ସମସ୍ତ ସାବାଳକ ସାବାଳିକା ପାସପୋର୍ଟ ପାଇଁ ଆବେଦନ କରିପାରିବେ ବାହାରକୁ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ନୂଆ ନିୟମରେ ଲିଙ୍ଗ, ଭିନ୍ନକ୍ଷମ ଏବଂ ବୟସ ନିର୍ବିଶେଷରେ ମହିଳାଙ୍କୁ ଶିଶୁ ଜନ୍ମ, ବିବାହ ଏବଂ ଛାଡ଼ପତ୍ର ପାଇଁ ଅଧିକାର ପ୍ରଦାନ କରାଯାଇଛି। ଆଜି ପର୍ଯ୍ୟନ୍ତ ସାଉଦି ଆରବରେ ମହିଳାଙ୍କୁ ପାସପୋର୍ଟ ଏବଂ ବିଦେଶ ଯାତ୍ରା ପାଇଁ ଜଣେ ପୁରୁଷ ଅଭିଭାବକ (ସ୍ୱାମୀ, ବାପା କିମ୍ବା କୌଣସି ପୁରୁଷ ସମ୍ପର୍କୀୟ)ଙ୍କ ଅନୁମତି ନେବାକୁ ପଡୁଥିଲା। ଏବେ ମହିଳାଙ୍କୁ ଏଥିରୁ ମୁକ୍ତି ମିଳିଛି। ଜଣେ ମହିଳା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୋ ଦେଶ ଏବେ ବଦଳୁଛି ସାଉଦି ଆରବ ଶାସକ ରାଜକୁମାର ମହମଦ ବିନ ସଲମାନ ରାଜତନ୍ତ୍ର ରେ ପରିବର୍ତ୍ତନ ଅଣାଇ ମହିଳା ସଶକ୍ତିକରଣ କୁ ଗୁରୁତ୍ୱ ଦେଇଛନ୍ତି

02/08/2019

Leave a Reply

Your email address will not be published. Required fields are marked *

Comments