Bikash Khabar
ମଦ ପିଇ ଗାଁରେ ପଶିଲେ ୨ ହଜାର ଜରିମାନା,ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ

ମଦକୁ ନେଇ ଗାଁ,ଗାଁରେ ସୃଷ୍ଟି ହୋଇଛି କନ୍ଦଳ।ମଦ ନିଶାରେ କେତେଯେ ଘର ଉଜୁଡି ଯାଉଛି ତାର ଇୟତ୍ତା ନାହିଁ ସବୁ ସାମାଜିକ ସମସ୍ୟାର ମୂଳକାରଣ ମଦ ବୋଲି ଜନଗଣ ଜାଣନ୍ତିହେଲେ କିନ୍ତୁ ମଦ ରାକ୍ଷସ କବଳରୁ ମୁକୁଳି ପାରନ୍ତି ନାହିଁ।ସରକାର ମଦ ପ୍ରସାର କୁ ପ୍ରାଧାନ୍ୟ ଦେଉଥିବାରୁ ଗାଁ ଗାଁ ରେ ଅବାଧ ମଦ ବିକ୍ରିର ନଜିର ଦେଖିବାକୁ ମିଳିଥାଏ କିନ୍ତୁ ନିଜ ପ୍ରୟାସରେ ରାଜ୍ୟର କେତେକ ଗାଁ ନିଶାନିବାରଣ ଅଭିଯାନ ଚଲେଇରଖିଛନ୍ତି ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜଙ୍ଗଲ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ  କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଆଇତିପୁର ପଞ୍ଚାୟତ ରାଘବପୁର ଗ୍ରାମରେ ଦୀର୍ଘଦିନ ଧରି ଚୋରାମଦ ବିକ୍ରି କାରବାର କୁ ରୋକିବା ପାଇଁ ଗାଆଁର ଯୁବକମାନେ ଏକାଠି ହୋଇ ସଫଳ ହୋଇଛନ୍ତି ରାଘବପୁର ଗ୍ରାମରେ ମଦ ବିକ୍ରିର କୁପ୍ରଭାବ ଗାଁ  ପରିବେଶକୁ ବିଶୃଙ୍ଖଳିତ କରିଦେଇଥିଲା। ଏହାକୁ ଦୂର କରିବା ପାଇଁ  ରାଘବପୁର ଗ୍ରାମର ମାବାଗଦେବୀ ସେବାସଂଘ ସଦସ୍ୟ ଯଥା ଯୁଧିଷ୍ଠିର ଜେନା, ବାସୁଦେବ ରାଉତ, ସୁରେନ୍ଦ୍ର ଜେନା, ଆଲୋକ ରାଉତ, ମହେନ୍ଦ୍ର ଜେନା ପ୍ରମୁଖ ବାବୁଲି ଙ୍କ ନେତୃତ୍ୱରେ  ଏକ ସଭାର ଆୟୋଜନ କରିଥିଲେ। ଗ୍ରାମର ଉନ୍ନତି ପାଇଁ ମଦ ବିକ୍ରି ଏକ ପ୍ରତିବନ୍ଧକ ବୋଲି ସମସ୍ତେ ମତପ୍ରକାଶ କରିଥିଲେ। ଶେଷରେ ମଦ ବିକ୍ରିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା   କୌଣସି ମଦ ବେପାରୀ ଯଦି ଗାଁ କମିଟିର ନିୟମକୁ ଉଲଂଘନ କରନ୍ତି ତେବେ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନେବାସହ ଗ୍ରାମର କୌଣସି ବ୍ୟକ୍ତି ଗାଁ ପରିବେଶ କିମ୍ବା ବିଦ୍ୟାଳୟ ପରିସରକୁ ମଦ୍ୟପାନ କରି ପ୍ରବେଶ କରନ୍ତି ତେବେ  ତାଙ୍କ ଉପରେ ୨ହଜାର ଟଙ୍କାର ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିଷ୍ପତି ହୋଇଛି। ଗ୍ରାମସଭାର ଏଭଳି ନିଷ୍ପତ୍ତିକୁ ମହିଳା ଦଳଗୁଡିକ ପକ୍ଷରୁ ସ୍ୱାଗତ କରାଯାଇଛି ମଦ ପାନ କରି ଗ୍ରାମ ଭିତରକୁ ପ୍ରବେଶ କାରୀଙ୍କ ସୂଚନାଦାତାଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି

 

11/05/2019

Leave a Reply

Your email address will not be published. Required fields are marked *

Comments