Bikash Khabar
ବାତ୍ୟା ପ୍ରଭାବିତ ଉଦ୍ୟୋଗୀଙ୍କୁ ଋଣ ଦେବା ଲାଗି ଏସ୍‌ବିଆଇର ଘୋଷଣା

ବାତ୍ୟା ଫୋନିପ୍ରଭାବିତ ଉଦ୍ୟୋଗୀମାନଙ୍କୁ ମୁଦ୍ରା ବିଭିନ୍ନ ଯୋଜନାରେ ଖୁବ୍ଶୀଘ୍ର ଋଣ ମିଳିବ ବୋଲି ଷ୍ଟେଟ୍ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି।ଏହାସହ ପଡ଼ି ରହିଥିବା ୬ଶହ ଆବେଦନକୁ ୭ଦିନ ମଧ୍ୟରେ ଋଣ ଦେବା ଲାଗି ନିଷ୍ପତ୍ତି ହୋଇଛି। ତେବେ ନୂଆ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଯଥା ଶୀଘ୍ର ଋଣ ଯୋଗାଇ ଦିଆଯିବ ବୋଲି ଏସ୍ବିଆଇ ଡିଜିଏମ୍ ସତ୍ୟନାରାୟଣ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟଯେ ଗତ ମେ ତାରିଖରେ ସାମୁଦ୍ରିକ ବାତ୍ୟା ଫୋନିର ମାଡ଼ରେ ପୁରୀ ଜିଲ୍ଲା ଧ୍ୱସ୍ତ ବିଧ୍ୱସ୍ତ ହୋଇଛି।ମାଛ ଚାଷ,କୁକୁଡ଼ା ଚାଷ,ହସ୍ତଶିଳ୍ପ,ନଡ଼ିଆ ଚାଷ,ଫୁଲଚାଷ ସମେତ କୁଟୀର ଶିଳ୍ପ ଜରିଆରେ ଜୀବିକା କରୁଥିବା ପରିବାର ଗୁଡିକ ବେରୋଜଗାର  ହୋଇଛନ୍ତି। ପୁରୀ ସମେତ କଟକ,ଭୁବନେଶ୍ୱର,କେନ୍ଦ୍ରାପଡା,ଜଗତସିଂହପୁର,ଆଦି ଜିଲ୍ଲର ବିଭିନ୍ନ ଖଂଡର ଉଦ୍ୟୋଗ ପ୍ରତିଷ୍ଠା କରି ବହୁତ ପରିବାର ପ୍ରତିପୋଷିତ ହେଉଥିଲେ ବାତ୍ୟାର ମାଡ଼ରେ ସେମାନଙ୍କ ଜୀବିକା ଉଜୁଡିଯିବା ପରେ ଏସବିଆଇ ଏଭଳି ପୁଣିଥରେ ଋଣ ସହାୟତା ଯୋଗାଇଦେବ କହି ସେମାନଙ୍କ ମନରେ ନୁଆଁ ଆଶା ସୃଷ୍ଟିକରିଛନ୍ତି

17/05/2019

Leave a Reply

Your email address will not be published. Required fields are marked *

Comments