Bikash Khabar
ସିକୁରିଟି ଗାର୍ଡ ରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର,ପ୍ରଥମଥର ପ୍ରୟାସରେ କଲେ ପ୍ରବେଶିକା ପାସ

 ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭର୍ସିଟି (ଜେଏନୟୁ)ହେଉଛି  ଦେଶର ସବୁଠୁ ପ୍ରତିଷ୍ଠିତ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ  ଏଠାରେ ପଢ଼ିବା ସବୁ  ଭାରତୀୟ  ଛାତ୍ରଛାତ୍ରୀଙ୍କ ପାଇଁ ସ୍ବପ୍ନ ରେ ରହିଥାଏ ହେଲେ ଏହା ସମସ୍ତଙ୍କ  ଭାଗ୍ୟରେ ଜୁଟେ ନାହିଁ। ଏପରି କ୍ଷେତ୍ରରେ ଜେଏନୟୁରେ ବର୍ଷ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିବା ରାମଜଳ ମିଣା ହେଉଛନ୍ତି ବ୍ୟତିକ୍ରମ। ଯେଉଁଠି ବର୍ଷ ବର୍ଷ ଧରି ପ୍ରସ୍ତୁତ ହୋଇ ମଧ୍ୟ ଏଠାରେ ପାଠ ପଢ଼ିବା ସମ୍ଭବ ହୋଇ ପାରେ ନାହିଁ, ସେପରି କ୍ଷେତ୍ରରେ ନିଜ ଚେଷ୍ଟାରେ ୩୫ ବର୍ଷୀୟ ରାମଜଳ ଜେଏନୟୁର ପ୍ରବେଶିକା ପରୀକ୍ଷାରେ  ପାସ୍କରି ଯାଇଛନ୍ତି। ଦୀର୍ଘ ବର୍ଷ ଧରି ଯେଉଁ ୟୁନିଭର୍ସିଟିର କ୍ଲାସରୁମ୍, ଲାଇବ୍ରେରି ଆଗରେ  ତାଙ୍କୁ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡୁଥିଲା ,ଏବେ ସେହି କ୍ଲାସ ଭିତରେ ବସି ପାଠ ପଢ଼ିବାର ସୁଯୋଗ ମିଳିଯାଇଛି ୧୬ବର୍ଷ ପୂର୍ବେ ରାମଜଳଙ୍କ ବିବାହ ହୋଇଯାଇଥିଲା କମ୍ବୟସରେ ପରିବାର ଚଳାଇବାର ବୋଝ ତାଙ୍କ ଉପରେ ପଡ଼ିଥିଲା। ଯାହା ଫଳରେ କର୍ମ ସଂସ୍ଥାନ ଅନ୍ୱେଷଣରେ ସେ ଆସି ଏଠାରେ ପହଞ୍ଚିଥିଲେ। ପାଠ ପଢ଼ିବା ଲାଗି ତାଙ୍କ ମଧ୍ୟରେ ଥିବା ପ୍ରବଳ ଇଚ୍ଛା ଅବଦମିତ ହୋଇଥିଲା। ପାଠ ପଢ଼ିବାର ପ୍ରବଳ ଇଛା ତାଙ୍କୁ ଶେଷରେ ଏଭଳି ସଫଳତା ଆଣିଦେଲା

16/07/2019

Leave a Reply

Your email address will not be published. Required fields are marked *

Comments