Bikash Khabar
ପାର୍ବଣକୁ ପରିବେଶ ସୁରକ୍ଷା ସହ ଯୋଡ଼ିଲେ ସାମାଜିକ କର୍ମୀ ,ବିହନ ପିଣ୍ଡୁଳାରେ ତିଆରି ହେଲା ଗଜାନନଙ୍କ ମୂର୍ତ୍ତି

 ପରିବେଶକୁ ସୁହାଇଲା ଭଳି ଦିନେ ଆମର ପୂଜା ପାର୍ବଣଗୁଡ଼ିକ ପ୍ରସ୍ତୁତ ହୋଇଥିଲା  ହେଲେ ଏବେ ବଜାରରେ ମିଳୁଥିବା ରସାୟନିକ ରଙ୍ଗ ଆକର୍ଷଣୀୟ ରଙ୍ଗଯୁକ୍ତ ପ୍ଲାଷ୍ଟିକ୍ ସାଜସଜ୍ଜା ସାମଗ୍ରୀ କୃତ୍ରିମ ତଥା ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ପାର୍ବଣକୁ ଫିକା କରିଦେଇଛି  ପ୍ରତ୍ୟେକ ପାର୍ବଣକୁ ଆମେ ଚାହିଁଲେ ପରିବେଶ ଉପଯୋଗୀ କରି ପାରି ଧରିତ୍ରୀର ସନ୍ତୁଳନ ରଖିପାରିବା ବୋଲି ମତବ୍ୟକ୍ତ କରିଛନ୍ତି ସାମାଜିକ କର୍ମୀ ସୁଶାନ୍ତ ସାହୁ  ସୁଶାନ୍ତ କେବଳ ପ୍ରତିକ୍ରିୟା ଦେଇନାହାଁନ୍ତି, ବରଂ ଇକୋ-ଫ୍ରେଣ୍ଡଲି ଗଜାନନଙ୍କ ମୂର୍ତ୍ତି ତିଆରି ଜରିଆରେ ରାଜଧାନୀବାସୀଙ୍କୁ ସଚେତନତା ସହ ନୂଆ ମାର୍ଗଦର୍ଶନ କରାଇଛନ୍ତି  ସାମାଜିକ କର୍ମୀ ସୁଶାନ୍ତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସିଡ୍ବଲ୍ରେ ବିଘ୍ନ ବିନାଶକଙ୍କ ମୂର୍ତ୍ତିରେ ଶତାଧିକ ବିହନ ପେଣ୍ଡୁ ସଂସ୍ଥାପନା ହୋଇଛି  ମାଟି ଗୋବରଖତ ସହିତ ମଞ୍ଜିର ଲେପ ଦିଆଯାଇ ବିହନ ପିଣ୍ଡୁଳାମାନ ସ୍ଥାନ ପାଇଛି ଗଜାନନଙ୍କ ମୂର୍ତ୍ତିରେ  ଏହି ମୂର୍ତ୍ତିରେ ନା ଦିଆଯାଇଛି ରାସାୟନିକ ରଙ୍ଗ ନା ବ୍ୟବହାର କରାଯାଇଛି ପ୍ଲାଷ୍ଟିକ୍ ସାମଗ୍ରୀ  ପ୍ରାକୃତିକ ସଂଶାଧନର ବ୍ୟବହାରରେ ପ୍ରସ୍ତୁତ ଏହି ମୂର୍ତ୍ତି ବିସର୍ଜନ ପରେ ନଦୀ ନାଳ ଜଳାଶୟକୁ ପ୍ରଦୂଷିତ କରିବ ନାହିଁ  ବରଂ ସୁନ୍ଦର ଚାରା ସୃଷ୍ଟି କରିବାରେ ସହାୟକ ହେବ  ସୁଶାନ୍ତଙ୍କ ଏହି ପରିକଳ୍ପନା ସହରବାସୀ ମୂର୍ତ୍ତି କାରିଗରମାନଙ୍କୁ ନୂଆ ରାସ୍ତା ଦେଖାଇଛି ବୋଲି ମତ ପ୍ରକାଶ ପାଇଛି    ଭବିଷ୍ୟତରେ ଏଭଳି ବିହନ ଗଣେଶ ଗଢ଼ି ପୂଜା କଲେ ଆମ ସମାଜର ବିଘ୍ନ ନିଶ୍ଚିତ ବିନାଶ ହୋଇପାରନ୍ତା ବୋଲି କହିଛନ୍ତି ସୁଶାନ୍ତ 

31/08/2019

Leave a Reply

Your email address will not be published. Required fields are marked *

Comments