Bikash Khabar
ଦେଶରେ ବଢୁଛି ଶିଶୁ ଯୌନ ହିଂସା ,ଶୁଣାଣି ମନ୍ଥର ଓ ଚିନ୍ତାଜନକ

 ଦେଶରେ ଶିଶୁଙ୍କ ବିରୋଧରେ ଯୌନ ହିଂସା ବଢ଼ିବାରେ ଲାଗିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଶିଶୁଙ୍କୁ ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ତଦନ୍ତ ଶୁଣାଣି ସ୍ଥିତି ଅଚମ୍ବିତ କରିଦେବା ଭଳି ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେଇଛନ୍ତି। ଏହାସହ ଏଭଳି ମାମଲାଗୁଡ଼ିକର ତଦନ୍ତ ତୁରନ୍ତ କରାଇ ଶୁଣାଣି ସମ୍ପୂର୍ଣ୍ଣ କରାଇବା ସକାଶେ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ ଅଧିକ ତତ୍ପରତା ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ବଳାତ୍କାର ମାମଲା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚତ୍ଥିବାବେଳେ ସୁପ୍ରିମକୋର୍ଟ ଏହାକୁ ନେଇ ନିଜଆଡ଼ୁ ବିଚାର ଆରମ୍ଭ କରିଛନ୍ତି। ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ଜିଲାଗୁଡ଼ିକରେ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଗୋଟିଏ ଲେଖାଏ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ସମେତ କେତେକ ନିର୍ଦ୍ଦେଶନାମା ଏହା ପୂର୍ବରୁ ଜାରି କରିଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ସୁରିନ୍ଦର ଏସ୍‌. ରାଠିଙ୍କ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟକୁ ଗତ ୧୩ ତାରିଖରେ ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗ୍ରହଣ କରିଥିଲେ। ଉକ୍ତ ରିପୋର୍ଟରୁ ଚକିତ କରିଦେବା ଭଳି ତଥ୍ୟ ମିଳିଛି। ଶୁଣାଣି ସମ୍ପର୍କରେ କହିବା ଭଲ। ବର୍ଷକରେ ମାତ୍ର ୨୦% ମାମଲାର ବିଚାର ହୋଇପାରିଛି। ପୀଡ଼ିତାଙ୍କୁ ସହାୟତା ଦେବା ପାଇଁ କାହାକୁ ଦାୟିତ୍ୱ ଦିଆଯାଇ ନାହିଁ କିମ୍ବା ସେମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳିନାହିଁ। ପ୍ରାୟ ଦୁଇ-ତୃତୀୟାଂଶ ମାମଲା ବର୍ଷାଧିକ ସମୟ ଧରି ପଡ଼ିରହିଛି। ତେଣୁ ପୋକ୍ସୋ ଆଇନ ଅନୁସାରେ ଶିଶୁଙ୍କ ବିରୋଧରେ ଯୌନ ଅପରାଧ ମାମଲାଗୁଡ଼ିକର ଶୁଣାଣି ବର୍ଷକ ମଧ୍ୟରେ ଶେଷ କରିବାକୁ ଜଷ୍ଟିସ୍ଦୀପକ ଗୁପ୍ତା ଜଷ୍ଟିସ୍ସଞ୍ଜୀବ ଖାନ୍ନାଙ୍କ ନେଇ ଗଠିତ ଖଣ୍ଡପୀଠ କହିଥିଲେ।

 

 

20/11/2019

Leave a Reply

Your email address will not be published. Required fields are marked *

Comments