Bikash Khabar
ସାଙ୍ଘାତିକ ଚିତ୍ର,ରାଜ୍ୟରେ ୪ମାସରେ ହୋଇଛି ୯ଲକ୍ଷ ଥର ବଜ୍ରପାତ

ଦେଶର ବଜ୍ରପାତ ପ୍ରବଣ ରାଜ୍ୟଗୁଡ଼ିକ ମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ। ଗତ ଏପ୍ରିଲ ପହିଲାରୁ ଜୁଲାଇ ୩୧ତାରିଖ ମଧ୍ୟରେ ସାରା ଦେଶରେ ୬୪,୫୫,୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ,୦୦,୨୯୬ଟି ଘଟିଛି। ତେବେ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଏପ୍ରିଲରୁ ଜୁଲାଇ ମଧ୍ୟରେ ବଜ୍ରପାତରେ ୧୨୯ଜଣଙ୍କ ମୃତ୍ୟୁ ଘଟିଛି। ଉଚିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରୁ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିବା ସମ୍ଭବ ହୋଇପାରିଛି। ତେବେ ଦିଗରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସ୍ଡମା) ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସ୍ଏମ୍ଏସ୍ ସତର୍କ ଆପ୍ଜରିଆରେ ଆଗୁଆ ସୂଚନା ପ୍ରଦାନ ଯୋଗୁ ସେମାନଙ୍କ ଜୀବନରକ୍ଷା କରାଯାଇପାରୁଛି। ସୂଚନାଯୋଗ୍ୟ, ଏହି ୪ମାସ ମଧ୍ୟରେ ଉତ୍ତରପ୍ରଦେଶରେ ବଜ୍ରପାତରେ ସର୍ବାଧିକ ୨୨୪ ଜୀବନ ଯାଇଛି। ଏଠାରେ କିନ୍ତୁ ଓଡ଼ିଶା ତୁଳନାରେ କମ୍ବଜ୍ରପାତ ହୋଇଛି। ବଜ୍ରପାତ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ ରହିଥିବା ରିପୋର୍ଟ କହୁଛି। ଚଳିତବର୍ଷ ଜୁନ୍ମାସରେ ମୋଟ ୨୬,୧୪,୮୪୧ଟି ବଜ୍ରପାତ ହୋଇଥିବାବେଳେ ଜୁନ୍୨ତାରିଖରେ ସର୍ବାଧିକ ,୧୯,୦୦୦ଟି ବଜ୍ରପାତ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ହୋଇଥିବାବେଳେ ପୂର୍ବ ସିଂହଭୂମ ଜିଲାରେ ସର୍ବାଧିକ ବଜ୍ରପାତ ହୋଇଥିବା ରେକର୍ଡ କରାଯାଇଛି। ଏପ୍ରିଲ ୧୫ ୧୬ ତାରିଖ ୨୪ଘଣ୍ଟା ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟରେ ସର୍ବାଧିକ ୮୯ଟି ବଜ୍ରପାତ ମୃତ୍ୟୁ ରେକର୍ଡ କରାଯାଇଛି। ତେବେ କମ୍ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ରାଜ୍ୟ ଉତ୍ତରପ୍ରଦେଶ ବିହାରରେ ତୁରନ୍ତ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକଙ୍କୁ ବଜ୍ରପାତ ସଂକ୍ରାନ୍ତରେ ସଚେତନ କରିବା ସହିତ ବଜ୍ରପାତ ନିରୋଧ ଡିଭାଇସ୍ସ୍ଥାପନ ଦ୍ୱାରା ଶତ ପ୍ରତିଶତ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଛି। ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ଅଧିକରୁ ଅଧିକ ସଂଖ୍ୟାରେ ବୃଦ୍ଧି ପାଉଥିବାରୁ ବୈଜ୍ଞାନିକ ପଦ୍ଧତିରେ ଏହାର ପରିଚାଳନା ଲାଗି ମତପ୍ରକାଶ ପାଇଛି। ଇତିମଧ୍ୟରେ ଆମେରିକାର ଆର୍ଥ ନେଟୱର୍କ ସହଯୋଗରେ ଓସ୍ଡମା ପକ୍ଷରୁ ବଜ୍ରପାତ ଚିହ୍ନଟ ସେନ୍ସର ସ୍ଥାପନ ହୋଇଛି, ଯାହା ବଜ୍ରପାତରୁ ଘଣ୍ଟାଏ ପୂର୍ବରୁ ସତର୍କର ସୂଚନା ଦେଉଛି।

03/09/2019

Leave a Reply

Your email address will not be published. Required fields are marked *

Comments