Bikash Khabar
ଖୁବ ଶୀଘ୍ର ହେବ ହସ୍ତ ଶିଳ୍ପୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଅନୁଧ୍ୟାନ

ରାଜ୍ୟରେ କେତେ ହସ୍ତଶିଳ୍ପ କାରିଗର ଅଛନ୍ତି,ସେମାନଙ୍କ ସାମାଜିକ ସ୍ଥିତି ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ସରକାର  ହସ୍ତଶିଳ୍ପ କାରିଗର ଗଣନା ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଏହି କାର୍ଯ୍ୟକ୍ରମକୁ ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ସୂଚନା ମିଳିଛି ୧୯ ବର୍ଷ ପରେ ସରକାର ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି ଶେଷଥର ପାଇଁ ୨୦୦୧-୦୨ ମସିହାରେ ଏହି କାରିଗରଙ୍କ ଗଣନା କରାଯାଇଥିଲା ସେତେବେଳେ କାରିଗରଙ୍କ ସଂଖ୍ୟା ଲକ୍ଷ ୨୯ ହଜାର ୯୫୮ ଥିଲା ବୋଲି ସରକାରଙ୍କ ପକ୍ଷରୁ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଏହି ଗଣନା କାର୍ଯ୍ୟ ୩ଟି ପର୍ଯ୍ୟାୟରେ ହେବ ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇଛି ସେଗୁଡ଼ିକ ହେଲା କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁବଣ୍ଣପୁର ସମ୍ବଲପୁର ଅନ୍ୟ ଦୁଇଟି ପର୍ଯ୍ୟାୟରେ ସମୁଦାୟ ରାଜ୍ୟର ତଥ୍ୟ ଗ୍ରହଣ କରାଯିବ ଏହି ସର୍ବେକ୍ଷଣ ସ୍ୱତନ୍ତ୍ର ମୋବାଇଲ୍ଆପ୍ଦ୍ୱାରା କରାଯିବ ଏବଂ ଏଥିପାଇଁ ସ୍ୱତନ୍ତ୍ର ନୀରିକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ସୂଚନା  ଦିଆଯାଇଛି ଗଣନାକାରୀଙ୍କୁ ଆବଶ୍ୟକ  ତଥ୍ୟ ଦେବା ପାଇଁ ଅନୁରୋଧ କରାଯିବା ସହ ଅଭିଯୋଗ ଥିଲେ ନିକଟସ୍ଥ ଜିଲ୍ଲା ଶିଳ୍ପକେନ୍ଦ୍ର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି

 

30/07/2019

Leave a Reply

Your email address will not be published. Required fields are marked *

Comments