Bikash Khabar
ସୋନୁ ସୁଦ ଙ୍କ ବଦାନ୍ୟତା:୬ ବର୍ଷ ବାଳକର ଲିଭର ପ୍ରତିରୋପଣ ପାଇଁ ଯୋଗାଇ ଦେଲେ ଆର୍ଥିକ ସହାୟତା

ଜଣେ ଛଅ ବର୍ଷିୟ ବାଳକର ଲିଭର୍’  ପ୍ରତିରୋପଣ ନିମନ୍ତେ ଅଭିନେତା ସୋନୁ ସୁଦ ଆର୍ଥିକ ସହାୟତା ପ୍ରଦାନ କରିନିଜ ମାନବିକତାର ପୁଣି ଠାରେ ସଶକ୍ତ ଉଦାହରଣ ସୃଷ୍ଟିକରିଛନ୍ତି ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ୍ରେ ହର୍ଷବର୍ଦ୍ଧନ ନାମକ ବାଳକର ପରିବାରକୁ ସାହାଯ୍ୟ କରିବା ସହ ଅସ୍ତ୍ରୋପଚାର ନିମନ୍ତେ ସୁଦ୍ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି। ପିଲାଟିକୁ ଛଅ ମାସହୋଇଥିବା ବେଳେ ସେ ଅସୁସ୍ଥ ହୋଇ ପଡ଼ିଥିବା କଥା ତାମାଆ କହିଛି। ସେ କହିଛନ୍ତି, ମୋ ପୁଅର ଯକୃତ୍ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ମାସେ ତଳେ ଡାକ୍ତର କହିଲେ। ତା ଅସ୍ତ୍ରୋପଚାର ଆବଶ୍ୟକ ଏବଂ ସେଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗିବ। ଚିକିତ୍ସା ହେଲେ ତା ଜୀବନ ପ୍ରତି ବିପଦ ଦେଖାଦେବ। ଏତେ ଟଙ୍କା କୋଉଠୁ ଯୋଗାଡ଼ କରିବୁ ସେ ଚିନ୍ତାରେ ଥିବା ବେଳେ ସୋନୁ ଦେବଦୁତ ଭାବେ ପୁଅର ଜୀବନଦାନ ପାଇଁ ଆଗେଇ ଆସିଛନ୍ତି ସେମାନେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠି ଏବଂ ଆରୋଗ୍ୟଶ୍ରୀ ଯୋଜନାରୁ ସହାୟତା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ଥିଲେ ବୋଲି ପିଲାଟିର ମାଆ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ସୁଟିଙ୍ଗ୍ରେ ବ୍ୟସ୍ତ ଥାଇ ମଧ୍ୟ ସୋନୁ ସାର୍ଆମକୁ ଭେଟିସମ୍ପୂର୍ଣ୍ଣ ଚିକିତ୍ସା ନିମନ୍ତେ ଅର୍ଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅସ୍ତ୍ରୋପଚାର ସମୁଦାୟ ଖର୍ଚ୍ଚ ସେ ବହନ କରୁଛନ୍ତି। ସେ ଜଣେ ଦୟାବନ୍ତ। ମଲା ପର୍ଯ୍ୟନ୍ତ ଆମେ ତାଙ୍କ ସହାୟତାକୁ ଭୁଲିବୁ ନାହିଁ। ସୂଚନା ଯୋଗ୍ୟ ଯେ ଲକ ଡାଉନ ସମୟରେ ଶତାଧିକ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ସହିତ ଅନେକଙ୍କ ଶିକ୍ଷା ଜୀବିକା ଅର୍ଜନ ରେ ସହାୟତା କରିଛନ୍ତି ସୋନୁ

17/11/2020

Leave a Reply

Your email address will not be published. Required fields are marked *

Comments