Bikash Khabar
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଆସିପାରେ ସ୍ୱତନ୍ତ୍ର ପ୍ୟାକେଜ

କରୋନା ଭୂତାଣୁ ଓ ଲକଡାଉନ ଯୋଗୁଁ ଧିମା ପଡ଼ିଯାଇଥିବା ଏମଏସଏମଇ (ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) କ୍ଷେତ୍ର ପାଇଁ ଏକ ରିଲିଫ ପ୍ୟାକେଜ୍ ଆସିପାରେ ବୋଲି ଜଣାପଡିଛି | ଦେଶବ୍ୟାପୀ ତାଲାବନ୍ଦ ପରେ ଏମଏସଏମଇ କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ଏକ କେନ୍ଦ୍ରୀୟ ପ୍ୟାକେଜକୁ ନେଇ ବ୍ୟାପକ ଆଶା କରାଯାଉଛି। ଅର୍ଥ ମନ୍ତ୍ରଣାଳୟକୁ ଏମଏସଏମଇଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ଆବଶ୍ୟକ ରିଲିଫ ପଦକ୍ଷେପଗୁଡ଼ିକର ଏକ ତାଲିକା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପଠାଇଛି। ଶନିବାର ଦିନ ଫିକି ଲେଡିଜ୍ ସଂଗଠନ ଦ୍ୱାରା ଆୟୋଜିତ ଏକ ୱେବିନିୟରରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ରିଲିଫ ପ୍ୟାକେଜ ପାଇଁ ସୁପାରିଶ ପଠାଇଛୁ ଏବଂ ଆଶା କରୁଛି ଏହା ଶୀଘ୍ର ଘୋଷଣା କରାଯିବ। ଆମେ ଯଥା ସମ୍ଭବ ରିଲିଫ୍ ଦେବାକୁ ଚେଷ୍ଟା କରିବୁ।ଏହାକୁ ନେଇ ଶନିବାର ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଥିଲେ | ବୈଠକକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଅର୍ଥମନ୍ତ୍ରୀ ତଥା ଅଧିକାରୀଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ଏମଏସଏମଇ ଏବଂ କୃଷକଙ୍କୁ ସହାୟତା କରିବା ପାଇଁ ଆଲୋଚନା କରିଛନ୍ତି।

04/05/2020

Leave a Reply

Your email address will not be published. Required fields are marked *

Comments